ଦୁବେକୁ ଜାମିନ ମିଳିଥିବାରୁ ସୁପ୍ରିମ କୋର୍ଟ କ୍ଷୁବ୍ଧ, ୨୨ ସୁଦ୍ଧା ଚିଠା ପ୍ରସ୍ତାବ ଦାଖଲ ନିର୍ଦ୍ଦେଶ

Advertisment
ରହସ୍ୟରେ ରହିଗଲା ଦୁବେର ରାଜନୈତିକ-ପୁଲିସ ସମ୍ପର୍କ, ୨ ସହଯୋଗୀ ଥାନେରୁ ଗିରଫ

jagran.com

ନୂଆଦିଲ୍ଲୀ: ବିକାଶ ଦୁବେ ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ ପୂର୍ବରୁ ଜାମିନ ମିଳିଥିବାରୁ ସୁପ୍ରିମ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏଭଳି ଜଘନ୍ୟ ଅପରାଧୀଙ୍କୁ କିଭଳି ଜାମିନ ମିଳିଲା ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିପାଇଁ ବ୍ୟବସ୍ଥାର ବିଫଳତାକୁ ମଧ୍ୟ ଦାୟୀ କରିଛନ୍ତି। ଏଥିସହିତ ବୁକାଶ ଦୁବେ ମାମଲାର ତଦନ୍ତ ପାଇଁ ଗଠିତ କମିଟିରେ ସୁପ୍ରିମ କୋର୍ଟର ଜଣେ ପୂର୍ବତନ ବିଚାରପତି ଓ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ସାମିଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ବିକାଶ ଭଳି ଅପରାଧୀ ଜେଲ୍‌ରେ ରହିବାକୁ ଥିବାବେଳେ ସେ କିଭଳି ଜାମିନ ପାଇଲା ବୋଲି ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଲେ ବିଚାରପତି ଏ ଏସ ବୋପନ୍ନା ଓ ବିଚାରପତି ଭି ରାମସୁବ୍ରମଣ୍ୟନ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କରୁଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେବାପରେ ବିକାଶ ଦୁବେ ମାମଲା ଉପରେ ତାହାର କିଛି ପ୍ରଭାବ ପଡ଼ିଥିଲା ବୋଲି ତାହା ଜଣାଇବା ପାଇଁ ଖଣ୍ଡପୀଠ ଶ୍ରୀ ମେହେଟ୍ଟାଙ୍କୁ ଏହି ଅବସରରେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ହେବ। ଏହା ରାଜ୍ୟର ଦାୟିତ୍ବ ବୋଲି ସର୍ବୋଚ୍ଚ ଅଦାଲତ ଏହି ଅବସରରେ ସ୍ପଷ୍ଟ କରିଦେଇଛନ୍ତି। ବିକାଶ ଦୁବେ ଓ ତାହାର ସହଯୋଗୀମାନଙ୍କୁ କରାଯାଇଥିବା ଏନକାଉଣ୍ଟରର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ପାଇଁ କରାଯାଇଥିବା ଏକାଧିକ ଆବେଦନର ଶୁଣାଣି କରିବା ସମୟରେ ଖଣ୍ଡପୀଠ ଏଭଳି ମନ୍ତବ୍ୟମାନ ଦେଇଛନ୍ତି। ଦୁବେ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅଦାଲତଙ୍କ ରାୟଗୁଡ଼ିକ ଉପରେ ରିପୋର୍ଟ ସର୍ବୋଚ୍ଚ ଅଦାଲତ ମାଗିଛନ୍ତି। ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ତଦନ୍ତ କମିଟି ପାଇଁ ଦିଆଯାଇ ପାରିବ ‌ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ତଦନ୍ତ କମିଟିରେ ପରିବର୍ତ୍ତନ ଆଣିବାକୁ ସର୍ବୋଚ୍ଚ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଜୁଲାଇ ୨୨ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କଠାରୁ ଚିଠା ପ୍ରସ୍ତାବ ଦାଖଲ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶଶିକାନ୍ତ ଅଗ୍ରୱାଲ ଦୁବେ ଏନକାଉଣ୍ଟର ମାମଲାର ତଦନ୍ତ କରୁଛନ୍ତି। ଏହି ଜଣିକିଆ କମିସନ ଦୁବେ ଓ ତା’ର ସହଯୋଗୀମାନଙ୍କୁ ହୋଇଥିବା ଏନକାଉଣ୍ଟରର ତଦନ୍ତ କରିବେ। ତେବେ ଆଜିର ଶୁଣାଣି ବେଳେ ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ତଦନ୍ତ କମିଟିରେ ପରିବର୍ତ୍ତନ ପାଇଁ ଦିଆଯାଇଥିବା ପରାମର୍ଶ ଆଧାରରେ ଏକ ଚିଠା ବିଜ୍ଞପ୍ତି ସେ ଆସନ୍ତା ୨୨ ତାରିଖ ସୁଦ୍ଧା ଦାଖଲ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe