ନିଷିଦ୍ଧ ହେବ ଶିଖମାନଙ୍କୁ ବିଦ୍ରୁପ କରୁଥିବା ଓ୍ବେବସାଇଟ୍ !

ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଜୋକ୍ (ବ୍ୟଙ୍ଗ) କରୁଥିବା ଏବଂ ସେମାନଙ୍କୁ ଖରାପ ଭାବରେ ଚିତ୍ରଣ କରୁଥିବା ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଶୁଣାଣି ୮ ସପ୍ତାହ ପରେ ହେବ ।

supreme court1

ନୂଆଦିଲ୍ଲୀ: ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଜୋକ୍ (ବ୍ୟଙ୍ଗ) କରୁଥିବା ଏବଂ ସେମାନଙ୍କୁ ଖରାପ ଭାବରେ ଚିତ୍ରଣ କରୁଥିବା ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ୮ ସପ୍ତାହ ପରେ ହେବ ବୋଲି ସୁପ୍ରିମ୍ କୋର୍ଟ ଗୁରୁବାର କହିଛନ୍ତି। ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ’’

ଆବେଦନକାରୀ ହରବିନ୍ଦର ଚୌଧୁରୀ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ସେ ଏହି ମାମଲାରେ ତାଙ୍କର ପରାମର୍ଶ ଏବଂ ଅନ୍ୟ ପକ୍ଷଙ୍କ ପରାମର୍ଶକୁ ଏକାଠି କରିବେ ଏବଂ ଏକ ସଂକ୍ଷିପ୍ତ ସଂକଳନ ଦାଖଲ କରିବେ। ଖଣ୍ଡପୀଠ ତାଙ୍କୁ ୮ ସପ୍ତାହ ସମୟ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ଚୌଧୁରୀ ଶିଖ୍ ସମ୍ପ୍ରଦାୟର ମହିଳାମାନଙ୍କ ର ଅଭିଯୋଗ ଉପରେ ଆଲୋକପାତ କରିଥିଲେ, ଯେଉଁମାନେ ନିଜ ପୋଷାକକୁ ନେଇ ବି ଉପହାସର ଶିକାର ହେଉଛନ୍ତି। ଏହାବ୍ୟତୀତ ସେ ସ୍କୁଲରେ ଶିଖ ପିଲାଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ କହିଥିଲେ। 

 ଅକ୍ଟୋବର ୨୦୧୫ରେ ଏହି ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହେବା ପରେ ସମାନ ଅଭିଯୋଗ ଆଣି ଅଧିକ ପିଟିସନ୍ ଦାଖଲ କରାଯାଇଥିଲା। ଆବେଦନକାରୀ ପୂର୍ବରୁ ଉଲ୍ଲେଖ କରିଥିଲେ ଯେ ୫,୦୦୦ରୁ ଅଧିକ ୱେବସାଇଟ୍ ଅଛି ଯେଉଁଥିରେ ଶିଖମାନଙ୍କ ଉପରେ ଜୋକ୍ ପ୍ରଦର୍ଶନ କରାଯାଇଥିଲା ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଖରାପ ଭାବରେ ଚିତ୍ରିତ କରାଯାଇଥିଲା। ପିଟିସନରେ କୁହାଯାଇଛି ଯେ ଶିଖମାନଙ୍କ ଉପରେ ଜୋକ୍ ପ୍ରଦର୍ଶନ କରୁଥିବା ଏଭଳି ୱେବସାଇଟ୍ ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ମୌଳିକ ଜୀବନ ଅଧିକାର ଏବଂ ସମ୍ମାନର ବିରୋଧ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe