ଏପ୍ରିଲ ୧୪ରେ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

Advertisment
ଏପ୍ରିଲ ୧୪ରେ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆସନ୍ତା ଏପ୍ରିଲ ୧୪ ତାରିଖରେ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣି କରିବେ। ମସଜିଦ ପରିସରରେ ବୁଜୁ (ଶରୀର ଧୋଇବା ପାଇଁ ଇସ୍‌ଲାମିକ ପ୍ରକ୍ରିୟା) ବନ୍ଦ ହୋଇଯାଇଥିବାରୁ ଏହି ପ୍ରକ୍ରିୟା ପାଇଁ ପୁନଃ ଅନୁମତି ଦେବାକୁ ମୁସଲିମ ପକ୍ଷ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ମୁସଲିମ୍‌ ପକ୍ଷଙ୍କୁ ଉକ୍ତ ପ୍ରସଙ୍ଗରେ ଆଉ ଏକ ଆବେଦନ ଦାଖଲ କରିବାପାଇଁ କହିଛନ୍ତି। ଆସନ୍ତା ଏପ୍ରିଲ ୧୪ ତାରିଖରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟ ଉକ୍ତ ପ୍ରସଙ୍ଗକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିବା ବେଳେ ବରିଷ୍ଠ ଓକିଲ ହୁଜେଫା ଅହମଦି କହିଛନ୍ତି, ଏହା ହେଉଛି ରମଜାନ ମାସ ଏବଂ ଧାର୍ମିକ ପ୍ରକ୍ରିୟାଗୁଡ଼ିକର ପାଳନ ପାଇଁ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe