ଚାଷୀ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମ କୋର୍ଟ: ଆନ୍ଦୋଳନ ମୌଳିକ ଅଧିକାର, ବାଧା ଦିଆ ନଯାଉ

Advertisment

କୃଷି ଆଇନକୁ ଏବେ କାର୍ଯ୍ୟକାରୀ ନକଲେ ଭଲ

କୃଷି ଆଇନକୁ ଏବେ କାର୍ଯ୍ୟକାରୀ ନକଲେ ଭଲ

ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

Image Courtesy of New Indian Express

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରିପାରିବେ। ଆନ୍ଦୋଳନ କରିବା ସେମାନଙ୍କର ମୌଳିକ ଅଧିକାର। ଆମେ ସେଥିରେ ହସ୍ତକ୍ଷେପ କରିବୁ ନାହିଁ। ଆନ୍ଦୋଳନ ହେଉ, ଏଥିରେ କାହାର ଆପତ୍ତି ନ‌ାହିଁ। ମାତ୍ର କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନର ପନ୍ଥା ବି ବାହାରିବା ଉଚିତ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। କୃଷକ ଆନ୍ଦୋଳନ ସହ ଜଡ଼ିତ ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏସ ‌ଏ ବୋବଡେ ଏଭଳି ଟିପ୍ପଣୀ ଦେଇଛନ୍ତି।

ତେବେ ଆନ୍ଦୋଳନ ସମୟରେ ଅନ୍ୟ କାହାର ସମ୍ପତ୍ତି ନଷ୍ଟ କରିବା କିମ୍ବା କାହା ପ୍ରତି କ୍ଷତି ପହଞ୍ଚାଇବା ମଧ୍ୟ ଉଚିତ ନୁହେଁ। ଯେ ପର୍ଯ୍ୟନ୍ତ ଆନ୍ଦୋଳନ ଦ୍ବାରା ଧନ ଜୀବନ କ୍ଷତି ନ ହେଉଥିବ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ଅପରପକ୍ଷେ ସର୍ବୋଚ୍ଚ ଅଦାଲତ ଚୂଡ଼ାନ୍ତ ନିଷ୍ପତ୍ତି ନ ନେବାଯାଏ କୃଷି ଆଇନକୁ କାର୍ଯ୍ୟକାରୀ ନ କରିବାକୁ ଖଣ୍ଡପୀଠ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ କେ‌ କେ ବେଣୁଗୋପାଳ ଏ ନେଇ ସରକାରଙ୍କ ସହିତ ଆଲୋଚନା କରି ଅଦାଲତଙ୍କୁ ଜଣାଇବେ ବୋଲି କହିଛନ୍ତି। ତେବେ କୃଷକମାନେ ଦିଲ୍ଲୀରେ ରାସ୍ତା ବନ୍ଦ କରି ରଖିଥିବାରୁ ଅଦାଲତ କହିଥିଲେ ଯେ ଏଥିପାଇଁ ଦିଲ୍ଲୀବାସୀଙ୍କୁ ଭୋକିଲା ରହିବାକୁ ପଡ଼ିଛି। କୃଷକମାନଙ୍କ ଅବସ୍ଥା ପ୍ରତି ଆମେ ସହାନୁଭୂତି ପ୍ରକାଶ କରୁଛୁ। କିନ୍ତୁ ଆନ୍ଦୋଳନ ଯେଭଳି ଚାଲିଛି ତାହାକୁ କୃଷକମାନଙ୍କୁ ବଦଳାଇବାକୁ ପଡ଼ିବ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ, ବିଚାରପତି ଏ.ଏସ୍‌. ବୋପାନ୍ନା ଏବଂ ବିଚାରପତି ଭି. ରାମସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆଜି ଅନେକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଆଜି କେବଳ କୃଷକ ଆନ୍ଦୋଳନ ଏବଂ କୃଷକମାନଙ୍କ ମୌଳିକ ଅଧିକାର ନେଇ କୋର୍ଟ ଶୁଣାଣି କରିଥିଲେ। ତେବେ କୃଷି ଆଇନର ବୈଧତା ନେଇ ପରେ ଶୁଣାଣି କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଅବସରକାଳୀନ ଖଣ୍ଡପୀଠରେ ହେବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଶୁଣାଣି ବେଳେ ମାମଲାର ସମାଧାନ ଏକ କମିଟି ଗଠନ କରି କରିବାକୁ ଗତକାଲି ପ୍ରଧାନ ବିଚାରପତି ବୋବଡେ କହିଥିଲେ। ବିନା ହିଂସାକାଣ୍ଡ ଓ କ୍ଷୟକ୍ଷତିରେ ଆନ୍ଦୋଳନ ଚାଲିପାରିବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe