ସପ୍ତାହକରେ ୧୭୩୦ ୟୁକ୍ରେନ ସୈନିକଙ୍କ ଆତ୍ମସମର୍ପଣ: ଫ୍ରାନ୍ସ, ସ୍ପେନ୍‌ ଓ ଇଟାଲିର ୮୫ ଦୂତାବାସ କର୍ମଚାରୀଙ୍କୁ ବହି‌ଷ୍କାର କଲା ରୁଷ୍‌

Advertisment
ସପ୍ତାହକରେ ୧୭୩୦ ୟୁକ୍ରେନ ସୈନିକଙ୍କ ଆତ୍ମସମର୍ପଣ: ଫ୍ରାନ୍ସ, ସ୍ପେନ୍‌ ଓ ଇଟାଲିର ୮୫ ଦୂତାବାସ କର୍ମଚାରୀଙ୍କୁ ବହି‌ଷ୍କାର କଲା ରୁଷ୍‌

www.voanews.com

କିବ୍‌ : ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ ପ୍ଲାଣ୍ଟ୍‌ରୁ ଗତ ୨୪ ଘଣ୍ଟାରେ ୭୭୧ ୟୁକ୍ରେନ୍‌ ସୈନିକ ଆତ୍ମସମର୍ପଣ କରିବା ସହ ମୋଟ୍‌ ୧୭୩୦ ଜଣ ଆତ୍ମସମର୍ପଣ କଲେଣି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୮୦ ଜଣ ଆହତ ସୈନିକ ଏବେ ଡୋନେସ୍କ ଏବଂ ନୋଭାଜଭସ୍କର ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ଡୋନବାସ୍‌ରେ ଲଢ଼େଇ ଜାରି ରହିଛି। ୟୁକ୍ରେନ ମଧ୍ୟ ଆଜି ରୁଷ୍‌ର ସୀମାନ୍ତ ଗ୍ରାମରେ ବୋମାବର୍ଷା କରିଛି। ୟୁକ୍ରେନ୍‌ ସେନା ରୁଷ୍‌ର ସୀମାନ୍ତ ଗ୍ରାମ କର୍ସ୍କରେ ଆଜି ବୋମାବର୍ଷା କରିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଆମେରିକା ଏବଂ ଚୀନ୍‌ ୟୁକ୍ରେନ୍‌ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ବିବୃତ୍ତି ଅନୁଯାୟୀ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା‌ ଜ୍ୟାକ୍‌ ସୁଲ୍ଲିଭାନ୍‌ ଆଜି ତାଙ୍କ ଚୀନ୍‌ ପ୍ରତିପକ୍ଷ ୟାଙ୍ଗ ଜିଏଚିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଅନ୍ୟପକ୍ଷେ ରୁଷ୍‌ ଆଜି ଫ୍ରାନ୍ସ, ସ୍ପେନ୍‌ ଏବଂ ଇଟାଲିର ମୋଟ୍‌ ୮୫ ଦୂତାବାସ କର୍ମଚାରୀଙ୍କୁ ବହିଷ୍କାର କରିଛି। ଫିନ୍‌ଲାଣ୍ଡ ଏବଂ ସ୍ବିଡେନ୍‌ ନାଟୋ ସଦସ୍ୟତା ପାଇଁ ବୁଧବାର ଦିନ ଆବେଦନ କରିଥିବା ବେଳେ ତୁର୍କୀ ଏହି ପ୍ରକ୍ରିୟାକୁ ଜୋରଦାର ବିରୋଧ କରିବା ଏହା ବିରୋଧରେ ଭୋଟ୍‌ ଦେବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe