ଶୀତ ଅଧିବେଶନ ଶେଷ ହେବା ଯାଏଁ ଧାରଣାରେ ବସିବେ ନିଲମ୍ବିତ ଟିଏମ୍‌ସି ସାଂସଦ

Advertisment
ଶୀତ ଅଧିବେଶନ ଶେଷ ହେବା ଯାଏଁ ଧାରଣାରେ ବସିବେ ନିଲମ୍ବିତ ଟିଏମ୍‌ସି ସାଂସଦ

ନୂଆଦିଲ୍ଲୀ: ନିଲମ୍ବିତ ଟିଏମ୍‌ସି ସାଂସଦ‌ ଡୋଲା ସେନ୍‌ ଏବଂ ଶାନ୍ତା ଛେତ୍ରି ସେମାନଙ୍କ ନିଲମ୍ବନକୁ ବିରୋଧ କରି ସଂସଦ ପରିସରରେ ପ୍ରତିଦିନ ଧାରଣାରେ ବସିବେ। ଶୀତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାରଣାରେ ବସିବେ। ୧୨ ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଟିଏମ୍‌ସିର ‌ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ମଧ୍ୟ ଧାରଣାରେ ବସିବେ।

ଆମେ ଗଣତନ୍ତ୍ର ଏବଂ ସଂସଦକୁ ସୁରକ୍ଷା ଦେବାପାଇଁ ଲଢ଼େଇ ଜାରି ରଖିବୁ ବୋଲି ଟିଏମ୍‌ସି କହିଛି। ଉଲ୍ଲେଖଯୋଗ୍ୟ, ଗତ ମୌସୁମୀ ଅଧିବେଶନରେ ହିଂସାତ୍ମକ ବ୍ୟବହାର ପାଇଁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ଗୁରୁବାର ଦିନ କହିଛନ୍ତି, ୧୨ ସାଂସଦଙ୍କର ନିଲମ୍ବନ ଉଚ୍ଛେଦ ହେବନାହିଁ। ନିଲମ୍ବିତ ସାଂସଦମାନେ କ୍ଷମା ମାଗିଲେ ଏସଂକ୍ରାନ୍ତରେ ବିଚାର କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ। କିନ୍ତୁ କଂଗ୍ରେସ ‌ନେତା ରାହୁଲ ଗାନ୍ଧି କହିଛନ୍ତି, କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe