ତାଲିବାନ ଆମକୁ ମଣିଷ ବୋଲି ଭାବୁନାହିଁ: ଆଫଗାନ ମହିଳା

Advertisment
ତାଲିବାନ ଆମକୁ ମଣିଷ ବୋଲି ଭାବୁନାହିଁ: ଆଫଗାନ ମହିଳା

Al Jazeera

ନୂଆଦିଲ୍ଲୀ: ତାଲିବାନମାନେ ମହିଳାମାନଙ୍କୁ ମଣିଷ ବୋଲି ଭାବୁ ନାହାନ୍ତି। ଦିନକୁ ଦିନ ସେମାନଙ୍କ ଅତ୍ୟାଚାର ବଢ଼ି ଚାଲିଛି। ତାଲିବାନଙ୍କ ଅତ୍ୟାଚାରରୁ ବଞ୍ଚିବା ପାଇଁ ହଜାର ହଜାର ଲୋକଙ୍କ ସହ ଆଫଗାନିସ୍ତାନ ଛାଡ଼ି ପଳାଇ ଆସିଥିବା ସାମାଜିକ କର୍ମୀ ହୁମୈରା ରିଜଇ ଏକଥା କହିଛନ୍ତି। ରିଜଇ କହିଛନ୍ତି, ଆଫଗାନିସ୍ତାନରେ ତାଲିବାନ ଚାଲିଥିବାବେଳେ ତାଙ୍କର ଜନ୍ମ। ସେତେବେଳେ ସେ ସ୍କୁଲ ଯାଇ ପାଠ ପଢ଼ିପାରି ନଥିଲେ। ଏବେ ତାଲିବାନ ଫେରିବା ପରେ ଆଫଗାନିସ୍ତାନରେ ମହିଳା ଚୋରି ବୃଦ୍ଧି ପାଇବାର ଭୟ ରହିଛି। ଭାରତୀୟ ମହିଳା କୋର୍‌ ଦ୍ବାରା ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ‌ରିଜଇ କହିଛନ୍ତି, ୧୯୯୦ ଦଶକରେ ତାଲିବାନ ଶାସନ କ୍ଷମତାରେ ରହି ଦେଶର ସ୍ଥିତିକୁ ୧୦୦ ବର୍ଷ ପଛକୁ ଫେରାଇ ନେଇଥିଲା। ଏବେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ମହିଳାମାନେ ଭୟ ଓ ଆଶଙ୍କା ମଧ୍ୟଦେଇ ଦିନ ବିତାଉଛନ୍ତି। ‌ଆଫଗାନିସ୍ତାନରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

ମହିଳାମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା କରୋଖାଇଲ କହିଛନ୍ତି, ଭିସା ନ ମିଳିବାରୁ ଦେଶ ଛାଡ଼ି ନଥିବା ମହିଳା କାର୍ଯ୍ୟକର୍ତ୍ତା ଏବଂ ରାଜନେତାମାନଙ୍କ ଘରକୁ ତାଲିବାନ ଯାଇତିଲେ। ସେମାନଙ୍କୁ ଡରାଇଥିଲେ, ଧମକାଇଥିଲେ। ଦେଶ ଛାଡ଼ି ଚାଲିଯିବାକୁ କହିଥିଲେ। ନହେଲେ ଚୁପ୍‌ ରୁହ ବୋଲି କହିଥିଲେ। ତାଲିବାନର ଇସ୍‌ଲାମ ବ୍ୟାଖ୍ୟା ଭୁଲ୍‌ ଅଟେ। ମହିଳାମାନଙ୍କ ଉପରେ ବ୍ୟବହାର କରୁଥିବା ଜୁଲମ ନିୟମ ବିରୁଦ୍ଧ। ଆଫଗାନିସ୍ତାନରେ ଉପୁଜିଥିବା ଏହି ସଙ୍କଟ ପାଇଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଦାୟୀ କି ଆଲୋଚନାରେ ଭାଗ ନେଇ ତାଲିବାନର ବିକାଶ ପାଇଁ ସମର୍ଥନ କରୁଥିବା ଦେଶମାନଙ୍କର ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe