ତାଲିବାନ କିଛି ଆମେରିକୀୟଙ୍କୁ ଆଫଗାନିସ୍ତାନ୍ ଛାଡ଼ିବାକୁ ଦେଉନି

Advertisment

ଅଭିଯୋଗ ଖଣ୍ଡନ କଲେ ବ୍ଲିଙ୍କେନ୍‌

ଅଭିଯୋଗ ଖଣ୍ଡନ କଲେ ବ୍ଲିଙ୍କେନ୍‌

ତାଲିବାନ କିଛି ଆମେରିକୀୟଙ୍କୁ ଆଫଗାନିସ୍ତାନ୍ ଛାଡ଼ିବାକୁ ଦେଉନି

Image Courtesy of India Today

ଦୋହା : ଉତ୍ତର ଆଫଗାନ ସହର ମଜର ଇ ସରିଫ୍‌ ଛାଡ଼ିବାପାଇଁ କିଛି ଆମେରିକୀୟ ଚେଷ୍ଟା କରିଥିବାବେଳେ ତାଲିବାନ ସେମାନଙ୍କୁ ଅଟକାଇ ରଖିଛି। ରିପୋର୍ଟ ଅନୁଯାୟୀ ଆମେରିକୀୟଙ୍କ ସମେତ ପ୍ରାୟ ୧୦୦୦ରୁ ଅଧିକ ଲୋକ ମଜର ଇ ସରିଫ୍ ବିମାନବନ୍ଦରରେ ଫସି ରହିଛନ୍ତି। ସେମାନଙ୍କ ବିମାନକୁ ଉଡ଼ାଣ ଅନୁମତି ମିଳୁନାହିଁ। ତାଲିବାନ ସେମାନଙ୍କୁ ଅଟକାଇ ରଖିଛି ବୋଲି ଅଭିଯୋଗ ହୋଇଛି।

ଏଥିପାଇଁ ଆମେରିକା ବିଦେଶ ବିଭାଗକୁ ବି ଦାୟୀ କରାଯାଇଛି। କିନ୍ତୁ କତାର ଗସ୍ତରେ ଥିବା ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବ୍ଲିଙ୍କେନ କହିଛନ୍ତି, ମଜର ଇ ସରିଫ୍‌ରେ ଖୁବ୍‌ କମ୍‌ ସଂଖ୍ୟକ ଆମେରିକୀୟ ଆଫଗାନ ଛାଡ଼ିବାପାଇଁ ଅପେକ୍ଷାରେ ଅଛନ୍ତି। କିନ୍ତୁ ସେମାନଙ୍କ ବିମାନକୁ ଉଡ଼ାଣ ଅନୁମତି ନମିଳିବାର ଏକ ବଡ଼ କାରଣ ହେଉଛି କିଛି ଲୋକଙ୍କ ନିକଟରେ ଉପଯୁକ୍ତ ଯାତ୍ରା କାଗଜପତ୍ର ନାହିଁ। କୌଣସି ବ୍ୟକ୍ତିଙ୍କ ପାଖରେ ସଠିକ୍‌ କାଗଜପତ୍ର ଥାଇ ତାଲିବାନ ସେମାନଙ୍କୁ ଅଟକାଇବା ଭଳି ଖବରକୁ ସେ ଖଣ୍ଡନ କରିଛନ୍ତି। ତେ‌ବେ ସଠିକ୍‌ କାଗଜପତ୍ର ଥିବା ଆମେରିକୀୟଙ୍କୁ ଦେଶ ଛାଡ଼ିବାର ଅନୁମତି ଦେବାପାଇଁ ତାଲିବାନ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛି ବୋଲି ବ୍ଲିଙ୍କେନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe