ଭୁବନେଶ୍ବର: ଚା’ ଦୋକାନୀ ଶିବଶଙ୍କର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି। କିଛି ଦିନ ତଳେ ବିଏମ୍ସି ଏବଂ ବିଡିଏ କର୍ତ୍ତୃପକ୍ଷ ଶିବଶଙ୍କରଙ୍କ ଆଚାର୍ଯ୍ୟବିହାର ଆର୍ଟିଓ ଅଫିସ୍ ନିକଟରେ ଥିବା ଚା’ ଦୋକାନଟିକୁ ଭାଙ୍ଗି ଦେଇଥିଲେ। ଶିବଶଙ୍କର ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶିବଶଙ୍କର ପୁନର୍ବାର ଆର୍ଟିଓ ଅଫିସ୍ ନିକଟରେ ନୂତନ ଚା’ ଦୋକାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦୋକାନ ଫେରିପାଇଥିବାରୁ, ଦୋକାନରୁ ଲାଭ କରୁଥିବା ଅର୍ଥକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଚାହୁଥିଲେ। ଗତକାଲି ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତାପ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ଆଇନଜୀବୀ ଲକ୍ଷ୍ମୀଧରୀ ପଣ୍ଡା, ଗାନ୍ଧୀବାଦୀ ସନାତନ ବେହେରା, ଲକ୍ଷ୍ମୀଧର ମହାଭୋଇଙ୍କ ସମେତ ବହୁ ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିବଶଙ୍କରଙ୍କ ଏହି କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us