Trump Avenue in Hyderabad : କଳ୍ପନା କରନ୍ତୁ ଆପଣ ଏକ ଭାରତୀୟ ସହରରେ ସିଟି ବସ କିମ୍ବା ମେଟ୍ରୋରେ ଯାତ୍ରା କରୁଛନ୍ତି । ଏହି ସମୟରେ ବସ କିମ୍ବା ମେଟ୍ରୋ ଭିତରେ ଘୋଷଣା ହେଲା ଯେ ଆପଣଙ୍କ ପରବର୍ତ୍ତି ଷ୍ଟପେଜ୍ ‘ଡୋନାଲ୍ଡ ଟ୍ରମ୍ପ୍ ଆଭେନ୍ୟୁ’। ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ ।
ଆହୁରି ପଢନ୍ତୁ : Indigo Flight Disruption: ଯାତ୍ରୀମାନଙ୍କ ଭଡ଼ା ବାବଦରେ ୬୧୦ କୋଟି ଫେରସ୍ତ କଲା ଇଣ୍ଡିଗୋ
କିନ୍ତୁ ଏହା ସତ ହେବାକୁ ଯାଉଛି, ଭାରତୀୟ ସହର ହାଇଦ୍ରାବାଦରେ । ତେଲେଙ୍ଗାନା ସରକାର ସହରର ଏକ ରାସ୍ତାର ନାମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ । ତେଲେଙ୍ଗାନାର କଂଗ୍ରେସ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହାକି ଭାରତୀୟ କୂଟନୀତି ମହଲରେ କମ୍ପନ ସୃଷ୍ଟି କରିଛି । କାରଣ ଭାରତ ବିରୋଧରେ ଟ୍ରମ୍ପ ବାରମ୍ବାର ବୟାନ ଦେଇ ଚାଲିଛନ୍ତି ଓ ଭାରତ ଉପରେ ଶୁଳକ ବସାଉଛନ୍ତି ।
ଆହୁରି ପଢନ୍ତୁ :Cricket: ଦିନକ ପରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍
ଏପରି ସ୍ଥିତିରେ ତେଲେଙ୍ଗାନାର କଂଗ୍ରେସ ସରକାର ଟ୍ରମ୍ପଙ୍କ ନାମରେ ଏକ ରାସ୍ତାର ନାମକରଣ କରି ତାଙ୍କୁ ସମ୍ମାନିତ କରିବା କୂଟନୈତିକ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ତେଲେଙ୍ଗାନା ସରକାର ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଯେ ହାଇଦ୍ରାବାଦରେ ଆମେରିକୀୟ କନସୁଲେଟ୍ ଜେନେରାଲ୍ ପାଖରେ ଥିବା ରାସ୍ତାର ନାମ "ଡୋନାଲ୍ଡ ଟ୍ରମ୍ପ୍ ଆଭେନ୍ୟୁ" ରଖାଯିବ। କୁହାଯାଉଛି ଯେ ପରି ନିଷ୍ପତ୍ତି ନେଇ କଂଗ୍ରେସ ପରୋକ୍ଷରେ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛି । କେବଳ ଟ୍ରମ୍ପ ନୁହନ୍ତି ହାଇଦ୍ରାବାଦରେ ଗୁଗୁଲ, ମାଇକ୍ରୋସଫ୍ଟ, ଓ୍ବିପ୍ରୋ, ଟାଟା ଆଦି ନାମରେ ସଡ଼କ ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/07/trump-avenue-2025-12-07-22-33-38.png)