କଟକ: ଦିନକ ପରେ କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ ଉତ୍ସବମୁଖର ହେବ। ଏଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯିବ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆୟୋଜନ ହେବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅନୁବନ୍ଧିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ମ୍ୟାଚ୍ରେ ପ୍ରାୟ ୫୦,୦୦୦ ଦର୍ଶକଙ୍କ ସମାଗମ ହେବାର ଆଶଙ୍କା ଦେଖାଯାଉଛି। ଏତଦ୍ ବ୍ୟତୀତ ଷ୍ଟାଡିୟମ ବାହାରେ ମଧ୍ୟ ଲୋକଙ୍କର କୋଳାହର ସୃଷ୍ଟି ହୋଇପାରେ। ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ବ୍ୟାପକ ବନ୍ଦୋବସ୍ତ କରିଛି।
କମିସନରେଟ୍ ପୁଲିସ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତାକାଲି ଉଭୟ ଦଳର ଖେଳାଳିମାନେ ନେଟ୍ ପ୍ରାକ୍ଟିସ କରିବେ। ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ୍ ଖେଳାଯିବା ପୂର୍ବରୁ ଖେଳାଳିମାନଙ୍କର ଯିବା ଆସିବା ପାଇଁ ଭୁବନେଶ୍ବର-କଟକ ରାସ୍ତାରେ କିଛି ସମୟ ଭିଡ଼ ରହିବ। ଯୁବଗୋଷ୍ଠୀ ଖେଳାଳିମାନଙ୍କର ଝଲକ ପାଇବା ପାଇଁ ଖେଳାଳିଙ୍କ ରୁଟ୍ରେ ଅପେକ୍ଷା କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଜାରି କରାଯାଇଛି।
୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ। ତେଣୁ ଆସନ୍ତାକାଲି ଦିନ ୧୨ଟାରୁ ରାତି ୯ଟା ଯାଏଁ ଟ୍ରାଫିକ୍ କଟକଣା ଜାରି ରହିବ। ସେହିପରି ଡିସେମ୍ବର ୯ ତାରିଖ ସକାଳ ୮ରୁ ଭିଡ଼ ସରିବା ଯାଏଁ କଟକଣା ଜାରି ରହିବ। କଟକର ଚହଟା ଛକ, ଶିଖରପୁର ଛକ ଠାରୁ ବାମ୍ବୋ ଡିପୋ ଯାଏଁ କଟକଣା ଜାରି ରହିବ। ଦିନ ୧୨ଟାରୁ ରାତି ୧୦ଟା ଯାଏଁ ଭାରି ଯାନ ନିଷେଧ କରାଯିବ। ସୁରୁଖୁରୁରେ ମ୍ୟାଚ୍ ପରିଚାଳନା ପାଇଁ ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
ଆହୁରି ପଢ଼ନ୍ତୁ: Barabati T-20 match: ବାରବାଟୀ ଟି-୨୦ ମୁକାବିଲା: ଅନ୍ଲାଇନ୍ ଟିକଟ ୪୫ ମିନିଟ୍ରେ ଶେଷ
ଭୁବନେଶ୍ବରରେ ଖେଳାଳି
ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ଖେଳାଳିମାନେ ଆସି ପହଞ୍ଚି ସାରିଛନ୍ତି। ଗତ ୫ ତାରିଖ ଦିନ ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସି ପ୍ରଥମେ ପହଞ୍ଚି ଥିଲେ। ଗତକାଲି ଏଠାକୁ ଭାରତୀୟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲା ବେଳେ ଆଜି ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସମେତ ଅନ୍ୟ ଖେଳାଳିମାନେ ଆସି ପହଞ୍ଚି ଥିଲେ। ଖେଳାଳିମାନେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା। ହୋଟେଲ୍ରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧ୍ବନା ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: Statement Urban Development Minister କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/07/cricket-2025-12-07-21-46-40.jpg)