ମହିଳା ପ୍ରିମିୟର ଲିଗ୍ ଖେଳସୂଚୀ ଘୋଷିତ

ଡବ୍ଲୁପିଏଲର ତୃତୀୟ ସଂସ୍କରଣ ଫେବ୍ରୁଆରି ୧୪ରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ଏହି ଲିଗର ଖେଳସୂଚୀ ଜାରି କରିଛି ବିସିସିଆଇ । ୩୦ ଦିନରେ ମୋଟ ୨୨ଟି ମ୍ୟାଚ ଖେଳାଯିବ ।

wpl

ନୂଆଦିଲ୍ଲୀ : ମହିଳା ପ୍ରିମିୟର ଲିଗର ନୂଆ ସିଜନର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ଏବଂ ପ୍ରଶଂସକଙ୍କ ଅପେକ୍ଷା କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି। ଡବ୍ଲୁପିଏଲର ତୃତୀୟ ସଂସ୍କରଣ ଫେବ୍ରୁଆରି ୧୪ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ୫ ଦଳୀୟ ଲିଗ୍ ରେ ପୁଣି ଥରେ ଆକ୍ସନ ଦେଖିବାକୁ ମିଳିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି ଅଛି, କିନ୍ତୁ ଏହା ପୂର୍ବରୁ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । 

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର, ଜାନୁଆରୀ ୧୬, ଗୁରୁବାର ଡବ୍ଲୁପିଏଲ ୨୦୨୫ ର କାର୍ଯ୍ୟସୂଚୀ ଘୋଷଣା କରିଛି। ଫେବ୍ରୁଆରି ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମାର୍ଚ୍ଚ ୧୫ରେ ହେବ। 

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥର ଡବ୍ଲୁପିଏଲର ପରିସର ବୃଦ୍ଧି କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛି। ଲିଗର ପ୍ରଥମ ସିଜନ କେବଳ ମୁମ୍ବାଇର ଦୁଇଟି ଭିନ୍ନ ଭିନ୍ନ ପଡ଼ିଆରେ ଖେଳାଯାଇଥିବା ବେଳେ ପୂର୍ବ ସିଜନ ବେଙ୍ଗାଲୁରୁ ଓ ଦିଲ୍ଲୀରେ ଖେଳାଯାଇଥିଲା। ଏବେ ପ୍ରଥମ ଥର ପାଇଁ ବିସିସିଆଇ ଲିଗ୍କୁ ୨ ପରିବର୍ତ୍ତେ ୪ଟି ଭେନ୍ୟୁକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏଥର ଏହି ଲିଗ୍ ଲକ୍ଷ୍ନୌ, ମୁମ୍ବାଇ, ଭଦୋଦରା ଏବଂ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ, ଯେଉଁଠାରେ ୩୦ ଦିନ ମଧ୍ୟରେ ୨୨ଟି ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe