ତୃତୀୟ ଲହର ପ୍ରଭାବୀ ରହିବ ନାହିଁ: ବି‌ଶେଷଜ୍ଞ

Advertisment

ଗୋଷ୍ଠୀ ରୋଗପ୍ରତିରୋଧକତା ପ୍ରାଦୁର୍ଭାବକୁ କମାଇବ

ଗୋଷ୍ଠୀ ରୋଗପ୍ରତିରୋଧକତା ପ୍ରାଦୁର୍ଭାବକୁ କମାଇବ

୮୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ: ଦିନକରେ ୩,୩୦୩ ମୃତ, ମହାରାଷ୍ଟ୍ରର ମୋଟ୍‌ ମୃତ୍ୟୁ ୧.୦୮ ଲକ୍ଷ ଟପିଲା

India TV

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ଏକାଧିକ ଲହରର ଆବିର୍ଭାବ ଘଟିପାରେ। ମାତ୍ର ସାମୂହିକ ଭାବେ ହାସଲ କରିଥିବା ରୋଗପ୍ରତିରୋଧକତା ହିଁ ରୋଗର ଭୟାବହତାକୁ କମାଇଦେବ ବୋଲି ବିଶ୍ବ ବ୍ୟାପୀ ପ୍ରଖ୍ୟାତ ଚିକିତ୍ସକମାନେ ମତ ଦେଇଛନ୍ତି। ସେହିପରି ମହାମାରୀର ତୀବ୍ରତାକୁ କମାଇବା ପାଇଁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ ପରାମର୍ଶ କରିଛନ୍ତି। କାରଣ ଯେ ପର୍ଯ୍ୟନ୍ତ ଲୋକେ ସଂକ୍ରମଣପ୍ରବଣ ହୋଇ ରହିଥିବେ ସେ ଯାଏ କରୋନାଭୂତାଣୁ ନିଜର କାୟା ବିସ୍ତାର କରିବା ସହ ବ୍ୟାପିଯିବା ପାଇଁ ମଉକା ପାଇଯିବ। ତେଣୁ ଟିକାକରଣ ଦ୍ବାରା ଆମ ଭିତରେ ଏପରି କୃତ୍ରିମ ଭାବରେ ହେଉ ପଛକେ ଗୋଷ୍ଠୀ ରୋଗପ୍ରତିରୋଧକତା ବଢ଼ାଇବାକୁ ହେବ।

ଏହାଦ୍ବାରା ଆଗକୁ କୌଣସି ତୃତୀୟ ଲହର ସଂକ୍ରମଣ ଆସିଲେ ବି ତାହା ଦ୍ବିତୀୟ ଲହର ଅପେକ୍ଷା ସେତେ ଅଧିକ ପ୍ରଭାବୀ ହେବନାହିଁ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ସେହିପରି ଚଳିତ ବର୍ଷ ଶେଷ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଥିବ ଏବଂ କରୋନାଭୂତାଣୁ ଆମରି ଦେହରେ ଏକ ସ୍ବାଭାବିକ ଭୂତାଣୁ ଭାବେ ରହିଥିବ ବୋଲି ଏହି ଖ୍ୟାତନାମା ଡାକ୍ତରମାନେ ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe