ଚୀନ୍‌ରେ କାଳ ହେଲାଣି କରୋନା: ୯୦ ଦିନରେ ୬୦ ପ୍ରତିଶତ ଚୀନବାସୀ ସଂକ୍ରମିତ ହେବେ

Advertisment

ସତର୍କ କରାଇଲେ ମହାମାରୀ ବିଶେଷଜ୍ଞ

ସତର୍କ କରାଇଲେ ମହାମାରୀ ବିଶେଷଜ୍ଞ

ଚୀନ୍‌ରେ କାଳ ହେଲାଣି କରୋନା: ୯୦ ଦିନରେ ୬୦ ପ୍ରତିଶତ ଚୀନବାସୀ ସଂକ୍ରମିତ ହେବେ

ବେଜିଂ: ଚ‌ୀନ୍‌ରେ କୋଭିଡ-୧୯ ନିୟମକୁ କୋହଳ କରାଯିବା ପରେ ସେଠାରେ ସଂକ୍ରମଣ ସ୍ଥିତି ବିଗିଡ଼ି ଯାଇଛି। ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂଖ୍ୟା ଏପରି ମାତ୍ରାରେ ବଢ଼ିଛି ଯେ ପରିସ୍ଥିତି ଅସମ୍ଭାଳ ହୋଇଛି ବୋଲି ମହାମାରୀ ବିଶେଷଜ୍ଞ ତଥା ସ୍ବାସ୍ଥ୍ୟ ଅର୍ଥନୀତିଜ୍ଞ ଏରିକ ଫିଗିଲ୍‌ ଡିଙ୍ଗ୍‌ କହିଛନ୍ତି। ମହାମାରୀ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚୀନର ୬୦ ପ୍ରତିଶତରୁ ଅଧିକ ଲୋକ ଏବଂ ବିଶ୍ବର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଆସନ୍ତା ୯୦ ଦିନ ମଧ୍ୟରେ କରୋନା ଭୂତାଣୁରେ ସଂକ୍ରମିତ ହେବେ। ମୃତ୍ୟୁସଂଖ୍ୟା ମଧ୍ୟ ୧୦ ଲକ୍ଷରୁ ଅଧିକ ରହିବ।

ଚୀନ ରାଜଧାନୀ ବେଜିଂରେ ସଂକ୍ରମଣ ବହୁମାତ୍ରାରେ ବୃଦ୍ଧି ପାଇଥିବାରୁ କୋଭିଡ-୧୯ରେ ମୃତ ବ୍ୟକ୍ତିଙ୍କ ସତ୍କାର ପାଇଁ ରହିଥିବା ଶ୍ମଶାନରେ ପ୍ରବଳ ଭିଡ଼ ହେଉଛି। ଫିଗିଲ୍ ଡିଙ୍ଗ୍‌ଙ୍କ କହିବାନୁଯାୟୀ, ଚୀନର କମ୍ୟୁନିଷ୍ଟ ପାର୍ଟିର ଲକ୍ଷ୍ୟ ହେଲା ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ସଂକ୍ରମିତ ହେବାକୁ ଦିଆଯାଉ। ସେହିଭଳି ଯେଉଁମାନେ ମରୁଛନ୍ତି ସେମାନଙ୍କୁ ମରିବାକୁ ଦିଆଯାଉ। ତେଣୁ ଆଗୁଆ ସଂକ୍ରମଣ, ଆଗୁଆ ମୃତ୍ୟୁ, ଆଗୁଆ ଶୀର୍ଷ ଛୁଇଁବା ଏବଂ କଳକାରଖାନାରେ ଆଗୁଆ ଉତ୍ପାଦନ ଆରମ୍ଭ ସପକ୍ଷରେ ଚୀନ କମ୍ୟୁନିଷ୍ଟ ପାର୍ଟି କହୁଛି।

ବେଜିଂରେ ଏବେ ସବୁ ଶବଦାହ କେନ୍ଦ୍ରରେ ଶବ ଗଦା ହୋଇ ରହିଛି ଏବଂ ଦିବାରାତ୍ର ଦାହ ଚାଲିଛି। ପ୍ରତି କେନ୍ଦ୍ରକୁ ଦୈନିକ ୩ ଶହରୁ ୪ ଶହ ମରଶରୀର ଆସୁଛି। ଅନ୍ୟ ସାଧାରଣ ଦିନଗୁଡ଼ିକରେ ଏଠାରେ ଦିନକୁ ୩୦ରୁ ୪୦ ଶବ ସତ୍କାର ହୋଇଥାଏ। କରୋନା ସଂକ୍ରମିତ ରୋଗୀଙ୍କ ସତ୍କାର କରାଯାଉଥିବାରୁ ଶ୍ମଶାନରେ କାର୍ଯ୍ୟରତ ଅନେକ କର୍ମଚାରୀ ମଧ୍ୟ ଏବେ ଉକ୍ତ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe