ଟଙ୍କାଚିହ୍ନ ଦେଇଥିଲେ ତାମିଲ ଶିକ୍ଷାବିତ୍‌ ଡି. ଉଦୟ କୁମାର: ଷ୍ଟାଲିନ୍‌ଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ

Advertisment

ତାମିଲନାଡୁ ସରକାର ଏବେ ଟଙ୍କାଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇ ରାଜ୍ୟ ବଜେଟ୍‌ ଦସ୍ତାବିଜରୁ ଟଙ୍କାର ଲୋଗୋକୁ ହଟାଇ ଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  

ତାମିଲନାଡୁ ସରକାର ଏବେ ଟଙ୍କାଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇ ରାଜ୍ୟ ବଜେଟ୍‌ ଦସ୍ତାବିଜରୁ ଟଙ୍କାର ଲୋଗୋକୁ ହଟାଇ ଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  

dgdgcvcv

ଚେନ୍ନାଇ: ତାମିଲନାଡୁ ସରକାର ଏବେ ଟଙ୍କାଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇ ରାଜ୍ୟ ବଜେଟ୍‌ ଦସ୍ତାବିଜରୁ ଟଙ୍କାର ଲୋଗୋକୁ ହଟାଇ ଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ସୂଚନାଯୋଗ୍ୟ, ଭାରତୀୟ ମୁଦ୍ରାରେ ଲେଖାଯାଇଥିବା ‘ଋ’ ଚିହ୍ନକୁ ତାମିଲନାଡ଼ୁର ହିଁ  ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଚିହ୍ନ ଡିଜାଇନରଙ୍କ ପିତା ମଧ୍ୟ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ଦଳ ଡିଏମ୍‌କେର ପୂର୍ବତନ ବିଧାୟକ ଥିଲେ ଏବଂ ଏହି ପ୍ରସଙ୍ଗରେ ଏବେ ଦଳର ଅଡ଼ୁଆ ବଢ଼ିଛି।  ଷ୍ଟାଲିନ୍ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବଡ଼ ଧରଣର ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିବା ବେଳେ ବିଜେପି ଏହାକୁ ଏକ ବଡ଼ ପ୍ରସଙ୍ଗ କରିବାକୁ ସଜବାଜ ହେଉଛି।

ସୂଚନାଯୋଗ୍ୟ, ଭାରତରେ ପ୍ରଚଳିତ ଟଙ୍କା ଚିହ୍ନ ତିଆରି କରିଥିଲେ ଆଇଆଇଟି ବମ୍ବେର ଛାତ୍ର ଡି ଉଦୟ କୁମାର। ମିଡିଆ ରିପୋର୍ଟ ଅନୁଯାୟୀ, ତିରୁଭାନ୍ନାମଲାଇ ନିକଟସ୍ଥ ମାରୁର୍‌ରେ ତାଙ୍କର ଜନ୍ମ। ତେବେ  ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କେବଳ କେନ୍ଦ୍ର ସହ ଲଢ଼େଇ ପାଇଁ ତାମିଲନାଡ଼ୁବାସୀଙ୍କୁ ଜାଣିଶୁଣି ଅପମାନିତ  କରିଛନ୍ତି ବୋଲି ରାଜ୍ୟ ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଉଦୟ କୁମାର ଧର୍ମଲିଙ୍ଗମ ଜଣେ ଭାରତୀୟ ଶିକ୍ଷାବିତ୍ ଓ ଡିଜାଇନର। ସେ ଭାରତୀୟ ଟଙ୍କାର ପ୍ରତୀକ ଡିଜାଇନ୍ କରିଛନ୍ତି, ଯାହାକୁ ସମଗ୍ର ଭାରତ ଗ୍ରହଣ କରିଛି। ୨୦୧୦ରେ ଉଦୟ କୁମାର ଆଇଆଇଟି ଗୌହାଟୀରେ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ଭାରତୀୟ ଟଙ୍କା ପାଇଁ ପ୍ରତୀକ ତିଆରି କରିବା ପ୍ରତିଯୋଗିତାରେ ସେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ତାଙ୍କ ଡିଜାଇନରେ ଦେବନାଗରୀ ଏବଂ ରୋମାନ ଲିପିର ଉପାଦାନ ଥିଲା। ଖାସ୍ କଥା ହେଉଛି ସେ ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତା ଜିତିଥିଲେ। ଏବେ ତାମିଲନାଡୁ ବଜେଟ୍ ୨୦୨୫-୨୬ ଦସ୍ତାବିଜରୁ ଟଙ୍କା ଚିହ୍ନ ହଟାଯାଇଥିବାରୁ ଏହାକୁ ନେଇ ବିଭିନ୍ନ ତାମିଲ ସଂଗଠନ ମଧ୍ୟ ସରକାର ବିରୋଧରେ ସ୍ବର ଉତ୍ତୋଳନ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe