ମଝି ଆକାଶରେ କେବୁଲ କାରରେ ଫସି ରହିଲେ ୧୧ ପର୍ଯ୍ୟଟକ, ୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲେ

Advertisment
ମଝି ଆକାଶରେ କେବୁଲ କାରରେ ଫସି ରହିଲେ ୧୧ ପର୍ଯ୍ୟଟକ, ୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲେ

Oneindia

ସିମଲା : ବୈଷୟିକ ତ୍ରୁଟି ଯୋଗୁ ହିମାଚଳ ପ୍ରଦେଶର ପାରୱାନୁଠାରେ ଏକ କେବୁଲ କାରରେ ୧୧ ଜଣ ପର୍ଯ୍ୟଟକ ପ୍ରାୟ ୩ ଘଣ୍ଟା ଧରି ଫସି ରହିଥିଲେ। ୩ ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି କେବୁଲ କାର ନିକଟରେ ଥିବା ଆଉ ଏକ କେବୁଲ କାରରେ ଆଉ ୩ ଜଣ ଯାତ୍ରୀ ଥିଲେ। ସେମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି। ପାରୱାନୁ ସ୍ଥାନୀୟ ପ୍ରଶାସନର ଜଣେ ଅଧକାରୀ ଛତର ସିଂ କହିଛନ୍ତି ଯେ ସୋମବାର ଅପରାହ୍ଣରେ ୧୧ ଜଣ ଯାତ୍ରୀ ଥିବା ଉକ୍ତ କେବୁଲ କାର ଯାଉଥିବାବେଳେ ଅଧାବାଟରେ ଅଟକି ଯାଇଥିଲା। ଏହା ପରେ ଉଦ୍ଧାର କାର୍ଯ୍ୟପାଇଁ ଏକ ଛୋଟ କେବୁଲ କାର ପଠାଯାଇଥିଲା । ତାହା ମାଧ୍ୟମରେ ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ଅଟକି ରହିଥିବା ୧୧ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ। ସେମାନଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନାଗରିକ ହୋଇଥିବାବେଳେ ୪ ଜଣ ମହିଳା ଥିଲେ।

ଗତ ଏପ୍ରିଲ ମାସରେ ଝାଡ଼ଖଣ୍ଡର ଦେଓଘରସ୍ଥିତ ତ୍ରିକୂଟ ପାହାଡ଼ଠାରେ ଥିବା ଏକ କେବୁଲ କାରରେ ସମାନ ପ୍ରକାରର ଦୁର୍ଘଟଣା ହୋଇଥିଲା । ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାସହିତ ପ୍ରାୟ ୨୪ ଘଣ୍ଟା ଧରି ୪୮ ଜଣ ପର୍ଯ୍ୟଟକ ଫସି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe