ଦିନକରେ ବଦଳିଗଲା ଟ୍ରମ୍ପ୍‌ ନୀତି: ୧୫ ନିର୍ଦ୍ଦେଶନାମାରେ ବାଇଡେନ୍‌ଙ୍କ ସ୍ବାକ୍ଷର, ଟ୍ରମ୍ପ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ବିଦେଶ ନୀତି ବି ବାଦ ପଡ଼ିଲାନି

ବାଇଡେନ୍‌ଙ୍କ ସଫଳତା ପାଇଁ କ୍ଲିଣ୍ଟନ୍‌, ବୁଶ୍‌, ଓବାମାଙ୍କ ମିଳିତ ଭିଡିଓ ବାର୍ତ୍ତା

ଦିନକରେ ବଦଳିଗଲା ଟ୍ରମ୍ପ୍‌ ନୀତି: ୧୫ ନିର୍ଦ୍ଦେଶନାମାରେ ବାଇଡେନ୍‌ଙ୍କ ସ୍ବାକ୍ଷର,  ଟ୍ରମ୍ପ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ବିଦେଶ ନୀତି ବି ବାଦ ପଡ଼ିଲାନି

ଵାସିଂଟନ: କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୧୫ଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ତେବେ ସେଗୁଡ଼ିକ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ପ୍ରଶାସନର କିଛି ବିଦେଶ ନୀତି ଓ ଜାତୀୟ ସୁରକ୍ଷା ସଂକ୍ରାନ୍ତ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବଦଳାଇଦେବା ଭଳି ରହିଥିବା ନିର୍ଦ୍ଦେଶନାମା ଏବେ ବିଶ୍ବ କୂଟନୀତି ମହଲରେ ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ବାଇଡେନ୍‌ ସ୍ବାକ୍ଷର କରିଥିବା ଏହି ପ୍ରମୁଖ ନିର୍ଦ୍ଦେଶନାମାଗୁଡ଼ିକ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ରାଜିନାମାରେ ଆମେରିକା ପୁଣି ଯୋଗଦେବା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାର ଓହରିଯିବା ନିଷ୍ପତ୍ତିକୁ ଅଟକାଇବା, ଆପ୍ରବାସ ନୀତିରେ କଟକଣା କୋହଳ କରିବା, ମୁସଲିମ୍‌ ସମ୍ପ୍ରଦାୟଙ୍କ ଗମନାଗମନରେ ଲାଗିଥିବା କଟକଣା ହଟାଇନେବା ଏବଂ ତୁରନ୍ତ ନିର୍ମାଣାଧୀନ ମେକ୍ସିକୋ ସୀମା ପ୍ରାଚୀରର ନିର୍ମାଣ ବନ୍ଦ କରିବା ଆଦି ରହିଛି। ତେବେ ତାଙ୍କର ପ୍ରଥମ ନିର୍ଦ୍ଦେଶନାମା ରହିଥିଲା ଶହେଦିନିଆ ମାସ୍କ ପରିଧାନ ଆହ୍ବାନ।

ଏହାଦ୍ବାରା ଆମେରିକୀୟମାନେ ଅନ୍ତତଃ ଆଗାମୀ ଶହେ ଦିନ ଯାଏ ମାସ୍କ ପରିଧାନ କରିବାକୁ ବାଧ୍ୟ। ସେହିପରି ଆମେରିକା ମାଟିରେ ପାଦ ଦେଉଥିବା ଆଗନ୍ତୁକମାନେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବୁଧବାର ଏପରି ନିର୍ଦ୍ଦେଶ କରି ସେ ଅତିଶୟ ଖୁସି ଅଛନ୍ତି ଏବଂ ଆମେରିକୀୟମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଗର୍ବିତ ବୋଲି ବାଇଡେନ୍‌ ଏହି ଅବସରରେ କହିଛନ୍ତି। ତେବେ ଏଗୁଡ଼ିକ କେବଳ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ। ଆମକୁ ଆହୁରି ଅଧିକ କିଛି ହାସଲ କରିବା ଲାଗି ବିଧେୟକ ଆଣିବାକୁ ହେବ ବୋଲି ସେ କହିଛନ୍ତି। ଆଗାମୀ ଦିନମାନଙ୍କରେ ମଧ୍ୟ ବହୁ ସଂଖ୍ୟାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବାଇଡେନ୍‌ଙ୍କ ସଫଳତା ପାଇଁ କ୍ଲିଣ୍ଟନ୍‌, ବୁଶ୍‌, ଓବାମାଙ୍କ ମିଳିତ ଭିଡିଓ ବାର୍ତ୍ତା

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସଫଳତା ପାଇଁ ଶୁ‌ଭେଚ୍ଛା ଜଣାଇ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌, ଜର୍ଜ‌୍ ଡବ୍ଲ୍ୟୁ ବୁଶ୍‌ ଏବଂ ବାରାକ୍‌ ଓବାମା ମିଳିତ ଭାବେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ବୁଧବାର ରାତିରେ ଏହି ଭିଡିଓ ପ୍ରସାରିତ ହୋଇଛି। ୫୯ ବର୍ଷୀୟ ଓବାମା କହିଛନ୍ତି, ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ କ୍ଷମତା‌ ହସ୍ତାନ୍ତରର ଏକ ସଙ୍କେତ। ଏହା ଏକ ପରମ୍ପରା ଏବଂ ଏହି ପରମ୍ପରା ୨ ଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ଧରି ରହି ଆସିଛି। ଓବାମା କହିଛନ୍ତି, ବାସ୍ତବରେ ମୋ ଉପରାଷ୍ଟ୍ରପତି ଦିନେ ରାଷ୍ଟ୍ରପତି ହେବାପାଇଁ ମୁଁ ଚାହୁଥିଲି। କମଳା ହାରିସ୍‌ ଆମର ପ୍ରଥମ ମହିଳା ଉପରାଷ୍ଟ୍ରପତି। ୭୪ ବର୍ଷୀୟ ବୁଶ୍‌ କହିଛନ୍ତି, ଆମେ ୩ ରାଷ୍ଟ୍ରପତି ଏକାଠି ହୋଇ କ୍ଷମତାର ଶାନ୍ତିପୂର୍ଣ୍ଣ ହସ୍ତାନ୍ତର ସଂକ୍ରାନ୍ତରେ କହିବା ଦେଶର ସାମ୍ବିଧାନିକ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେରିକା ଏକ ଉଦାର ରାଷ୍ଟ୍ର ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe