ଯାଆଁଳା ଭଉଣୀ ଯମଜ ଭାଇଙ୍କୁ ବିବାହ କଲେ

Advertisment
ଯାଆଁଳା ଭଉଣୀ ଯମଜ ଭାଇଙ୍କୁ ବିବାହ କଲେ

କୋଲକାତା : ପଶ୍ଚିମବଂଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର କୁରୁମୁନ୍‌ ଗ୍ରାମରେ ଯାଆଁଳା ବର ଏବଂ ଯାଆଁଳା କନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଛି। ଯାଆଁଳା ଭଉଣୀ ଅର୍ପିତା ଏବଂ ପାରମିତା ଯାଆଁଳା ଭାଇ ଲବ ଏବଂ କୁଶଙ୍କୁ ବିବାହ କରିବା ବେଶ୍‌ ଚର୍ଚ୍ଚାରେ ରହିଛି। ଅର୍ପିତା ଓ ପାରମିତା ପିଲାବେଳୁ ଏକାଠି ବଢ଼ିବାଠାରୁ ଆରମ୍ଭ କରି ଅଧ୍ୟୟନ ଏବଂ ଭ୍ରମଣ ପର୍ଯ୍ୟନ୍ତ ସବୁକିଛି ଏକସାଙ୍ଗେ କରି ଆସୁଥିଲେ। କେହି କାହାରିକୁ ଦଣ୍ଡେ ନ ଦେଖିଲେ ରହି ପାରନ୍ତି ନାହିଁ। ସେମାନଙ୍କ ମଧ୍ୟରେ ବନ୍ଧନ ଅତି ଦୃଢ଼ ଥିଲା ଏବଂ ଦୁହେଁ ଏକସଙ୍ଗେ ବିବାହ କରିବାକୁ ସ୍ଥିର କରିଥିଲେ। ଯାଆଁଳା ଭାଇଙ୍କ ସହିତ ବିବାହ ହେବା ଦ୍ୱାରା ସେମାନଙ୍କ ବହୁତ ବଡ଼ ଇଚ୍ଛା ପୂରଣ ହୋଇଛି ବୋଲି କହିଛନ୍ତି।

ଖବର ଅନୁଯାୟୀ, କନ୍ୟା ପିତା ଗୁରୁଚନ୍ଦ୍ର ସାନ୍ତରା ଏକ କାରଖାନାରେ କାମ କରନ୍ତି। ଝିଅମାନଙ୍କର ଇଚ୍ଛା ବିଷୟରେ ଜାଣିବା ପରେ ସେ ଯାଆଁଳା ବର ଖୋଜିବା ଆରମ୍ଭ କଲେ। ଏହି ସମୟରେ ସେ ଲବ ଓ କୁଶଙ୍କ ସମ୍ପର୍କରେ ସୂଚନା ପାଇଲେ। ଲବ ଓ କୁଶ ଗୋଟିଏ କମ୍ପାନିରେ ଚାକିରି କରନ୍ତି। ସଂଯୋଗବଶତଃ ଉଭୟ ପରିବାର ଏହି ବିବାହରେ ରାଜି ହେଲେ। ଗତ ସୋମବାର ରାତିରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe