ଆମେରିକାର ସର୍ବାଧିକ କୋଭିଡ୍‌ ପରୀକ୍ଷା ଖତ ଖାଇଛି, ଟ୍ରମ୍ପ୍‌ ପ୍ରଶାସନର କୋଭିଡ୍‌ ମୁକାବିଲା ନୈରାଶ୍ୟଜନକ : ବିଲ୍ ଗେଟସ୍

Advertisment
ଆମେରିକାର ସର୍ବାଧିକ କୋଭିଡ୍‌ ପରୀକ୍ଷା ଖତ ଖାଇଛି, ଟ୍ରମ୍ପ୍‌ ପ୍ରଶାସନର କୋଭିଡ୍‌ ମୁକାବିଲା ନୈରାଶ୍ୟଜନକ : ବିଲ୍ ଗେଟସ୍

indiatimes.com

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ରେ ବିଶ୍ବର ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କୁ ବହନ କରିବାର ଅପଯଶ ମୁଣ୍ଡାଇଥିବା ଆମେରିକା ଘାତକ କରୋନାଭୂତାଣୁ ସାର୍ସ-କୋଭ୍‌-୨ର ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ମଦକ୍ଷେପ ନେବାରେ ବିଳମ୍ବ କଲା ବୋଲି ମଧ୍ୟ ସମାଲୋଚିତ ହୋଇ ଆସୁଛି। ତେବେ ଆମେରିକାର ସେପରି କୋଭିଡ୍‌ ପରିଚାଳନା ସମ୍ପର୍କରେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ସଦ୍ୟତମ ମନ୍ତବ୍ୟ କଟା ଘା'ରେ ଚୂନ ଦେଲା ପରି ହୋଇଛି।

ଟ୍ରମ୍ପ୍‌ ପ୍ରଶାସନର କୋଭିଡ୍‌ ମୁକାବିଲା ନୈରାଶ୍ୟଜନକ ଏବଂ କୋଭିଡ୍‌ ପାଇଁ ଆମେରିକାରେ କରାଯାଇଥିବା ନମୁନା ପରୀକ୍ଷଣର ସିଂହଭାଗ ଖତ ଖାଇଛି ବୋଲି ବିଲ୍‌ ଟିପ୍ପଣୀ କରିଛନ୍ତି। କୋଭିଡ୍‌ ପାଇଁ ବିଭିନ୍ନ ଟିକା ବିକାଶକୁ ସମର୍ଥନ କରୁଥିବା ବିଲ୍‌ ଗେଟ୍‌ସ ଏକ ସାକ୍ଷାତକାରରେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(ସିଡିସି) କରୋନାଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆହୁରି ଅଧିକ କିଛି କରିବାର ଥିଲା ବୋଲି କହିଛନ୍ତି।

ସଂକ୍ରମଣର ପ୍ରାରମ୍ଭରୁ ହିଁ ହ୍ବାଇଟ୍‌ ହାଉସ୍‌ ଏବଂ ଜାତୀୟ ଚର୍ମବିକାର ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନର ମୁଖ୍ୟ ଡା. ଆନ୍ଥୋନି ଫୌସି ଦ୍ବନ୍ଦ୍ବରେ ରହିଛନ୍ତି। ସେହିପରି ନମୁନା ପରୀକ୍ଷଣର ଫଳାଫଳ ଆଣିବାରେ ବିଳମ୍ବ କରି ସୁଦ୍ଧା ପରୀକ୍ଷାଗାରଗୁଡ଼ିକ ଦେୟ ଭରଣା ହୋଇଯିବା ଭରସାରେ ଅର୍ଥ ରୋଜଗାର କରିବା ହାସ୍ୟାସ୍ପଦ। ସୁତରାଂ ପରୀକ୍ଷଣଗୁଡ଼ିକ ସମ୍ପୂର୍ଣ୍ଣ ଖତ ହୋଇଗଲା ବୋଲି ସେ ଆକ୍ଷେପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe