ଉଦୟପୁର ହତ୍ୟାକାରୀଙ୍କ ପାକ୍-ସାଉଦି ସମ୍ପର୍କ ଉପରେ ଖୋଳତାଡ଼

ଉଦୟପୁର ହତ୍ୟାକାରୀଙ୍କ ପାକ୍-ସାଉଦି ସମ୍ପର୍କ ଉପରେ ଖୋଳତାଡ଼

Dailyindia.net

ଉଦୟପୁର: ଉଦୟପୁର ଦରଜୀ କହ୍ନେୟା ଲାଲଙ୍କ ନୃଶଂସ ହତ୍ୟାର ତଦନ୍ତରୁ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟ୍ଟାରି ଏବଂ ତା’ର ସହଯୋଗୀ ପ୍ରକ୍ସି ସର୍ଭର ମାଧ୍ୟମରେ ପାକିସ୍ତାନ ଓ ସାଉଦି ଆରବକୁ ନିୟମିତ ଟେଲିଫୋନ କରୁଥିଲେ। ରିୟାଜ ଜଣେ ପାକିସ୍ତାନୀ ନାଗରିକ ସହ ସବୁବେଳେ ଯୋଗାଯୋଗରେ ରହୁଥିଲା, ଯାହାକୁ ସେ ସାଉଦି ଆରବରେ ଭେଟିଥିଲା। ସେ ୨୦୧୯ରେ ନିଜ ଜମି ବିକି ସାଉଦି ଆରବ ଯାଇଥିଲା। ତଦନ୍ତକାରୀ ଦଳ ପକ୍ଷରୁ ଜଣାପଡ଼ିଛି ଯେ କେତେକ ସହ-ଷଡ଼୍‌ଯନ୍ତ୍ରକାରୀଙ୍କ ମୋବାଇଲ ନମ୍ବରରେ ଭିପିଏନ୍ ରହିଛି, ଯାହାଦ୍ବାରା ସେମାନେ ସାଉଦି ଆରବ ଓ ପାକିସ୍ତାନକୁ ଫୋନ୍ କଲେ କେହି ଜାଣିପାରିବେ ନାହିଁ। ଭିପିଏନ୍‌ ଯୋଗୁ ଫୋନ୍‌ର ଆଇପି ଆଡ୍ରେସ୍ ଗୋପନ ରହୁଥିବାରୁ ଟେଲିଫୋନ୍ କମ୍ପାନି ବି ସେମାନେ କେଉଁଠିକି ଫୋନ୍ କରୁଛନ୍ତି ଜାଣିପାରିବନି। ସେମାନେ କହ୍ନେୟାକୁ ହତ୍ୟା କରିବା ପୂର୍ବରୁ ପାକିସ୍ତାନ ଓ ସାଉଦି ଆରବ ‌ସହ ଯୋଗାଯୋଗ କରିଥିଲେ। ଜୁନ୍ ୨୦ରେ ନୂପୁର ଶର୍ମା ବିରୋଧୀ ରୢାଲି ପରେ ସ୍ଥାନୀୟ ଜନୈକ ଅଞ୍ଜୁମାନ ସହ ବୈଠକରେ କହ୍ନେୟାକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ହତ୍ୟାକାରୀମାନଙ୍କ ମୋବାଇଲ ଫୋନ୍‌ର ଫରେନ୍ସିକ୍ ରିପୋର୍ଟ ଆସିବାକୁ ବାକି ଥିଲେ ମଧ୍ୟ ସେମାନଙ୍କର ସାଉଦି ଓ ପାକିସ୍ତାନ ସମ୍ପର୍କ ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe