ଆଇଏସ୍‌ ଆତଙ୍କବାଦୀଙ୍କ ଅକଳ୍ପନୀୟ ବର୍ବରତା: ଶିଶୁମାନଙ୍କୁ ହତ୍ୟା କରି ବନ୍ଦୀଙ୍କୁ ମାଂସ ଖୁଆଉଥିଲେ

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ବାରା ଗାଜାରୁ ନିକଟରେ ଉଦ୍ଧାର  ହୋଇଥିବା ଜଣେ ୟାଜିଦି ସଂପ୍ରଦାୟର ମହିଳା ଫୱାଜିଆ ଅମିନ ସିଡୋ ଆଇଏସ୍‌ ଆତଙ୍କବାଦୀଙ୍କ ବର୍ବରତା ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି।

sfsfsfsfs

ତେଲ୍‌ ଅବିବ:  ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ବାରା ଗାଜାରୁ ନିକଟରେ ଉଦ୍ଧାର  ହୋଇଥିବା ଜଣେ ୟାଜିଦି ସଂପ୍ରଦାୟର ମହିଳା ଫୱାଜିଆ ଅମିନ ସିଡୋ ଆଇଏସ୍‌ ଆତଙ୍କବାଦୀଙ୍କ ବର୍ବରତା ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ଆଇଏସ୍‌ ଆତଙ୍କବାଦୀଙ୍କ ଅଧୀନରେ ବନ୍ଦୀ ଥିବା ସମୟରେ ସେ ସହିଥିବା ଅତି ଅମାନୁଷିକ  ଅତ୍ୟାଚାରକୁ ବର୍ଣ୍ଣନା କରିଛନ୍ତି।  ସିଡୋ  କହିଛନ୍ତି ତାଙ୍କୁ ନଅ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ତାଙ୍କ ଭାଇମାନଙ୍କୁ ଆଇଏସ୍‌ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ।  ଆତଙ୍କୀମାନେ ତାଙ୍କୁ  ସିଞ୍ଜାରରୁ ତାଲ୍‌ ଆଫର ପର୍ଯ୍ୟନ୍ତ ଯିବାକୁ ବାଧ୍ୟ କରିଥିଲେ। ରାସ୍ତାରେ ସେମାନଙ୍କୁ ତିନି ଦିନ ଭୋକିଲା ରଖିବା ପରେ ଭାତ ଓ ମାଂସ ଖାଇବାକୁ ଦିଆଯାଇଥିଲା। ତେବେ ଆତଙ୍କବାଦୀମାନେ ୟାଜିଦି ଶିଶୁଙ୍କୁ ହତ୍ୟାକରି ସେମାନଙ୍କ ମାଂସ ରାନ୍ଧି ଆମକୁ ଖାଇବାକୁ ଦେଇଥିଲେ ବୋଲି ସିଡୋ ପ୍ରକାଶ କରିଛନ୍ତି।  

ସିଡୋ କହିଛନ୍ତି, ସେମାନେ ଭାତ ପ୍ରସ୍ତୁତ କଲେ ଏବଂ ଆମକୁ ଏହା ସହିତ ଖାଇବାକୁ ମାଂସ ଦେଲେ। ମାଂସର ସ୍ୱାଦ ଅତି ଅସ୍ବାଭାବିକ ଥିଲା ଏବଂ ପରବର୍ତ୍ତୀ ସମୟରେ ଆମ ମଧ୍ୟରୁ କେତେକଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଆମେ ଖାଇସାରିବା ପରେ ଆତଙ୍କବାଦୀମାନେ ଆମକୁ କହିଲେ ଯେ ଏହା ୟାଜିଦି ଶିଶୁଙ୍କ ମାଂସ। ସେମାନେ ଆମକୁ ମୁଣ୍ଡ କାଟିଥିବା ଶିଶୁମାନଙ୍କର ଫଟୋ ଦେଖାଇ କହିଥିଲେ-  ‘ଏମାନେ ସେହି ପିଲା, ଯାହାକୁ ତୁମେ ଖାଇଛ।’ ଏହା ଶୁଣିବା ମାତ୍ରେ ଜଣେ ମହିଳା ହୃଦଘାତରେ ପୀଡ଼ିତ ହୋଇଥିଲେ ଏବଂ ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୦୧୪ରେ ଆଇଏସ୍  ଆତଙ୍କବାଦ ଶାସନ କାଳରେ ବନ୍ଦୀ ଥିବା ଅନେକ ୟାଜିଦି ମହିଳାଙ୍କ ମଧ୍ୟରୁ ଫୱାଜିଆ ସିଡୋ ଅନ୍ୟତମ। ଉତ୍ତର ଇରାକର ଧାର୍ମିକ ସଂଖ୍ୟାଲଘୁ ୟାଜିଦିମାନେ ଅକଳ୍ପନୀୟ ବର୍ବରତାର ଶିକାର ହୋଇଥିଲେ। ଆଇଏସ୍ ଆତଙ୍କବାଦୀମାନେ ସେମାନଙ୍କ ବନ୍ଦୀମାନଙ୍କୁ ମଣିଷ ମାଂସ ଖାଇବାକୁ ଦେଉଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିବା ବେଳେ  ଶିଶୁମାନଙ୍କୁ ହତ୍ୟାକରି ସେମାନଙ୍କ ମାଂସ ବନ୍ଦୀମାନଙ୍କୁ ଦିଆଯାଇଥିବା ସିଡୋ ଏବେ ପ୍ରଘଟ କରିଛନ୍ତି। ତେବେ ସିଡୋଙ୍କ ଦୁଃଖ ମାନବ ମାଂସର ବାଧ୍ୟତାମୂଳକ ଭୋଜନ ସହିତ ଶେଷ ହୋଇନଥିଲା । ଅନ୍ୟ ୨୦୦ ୟାଜିଦି ମହିଳା ଓ ଶିଶୁଙ୍କ ସହ ତାଙ୍କୁ ଭୂତଳ କାରାଗାରରେ ୯ ମାସ ଧରି ବନ୍ଦୀ କରି ରଖାଯାଇଥିଲା। ଦୂଷିତ ପାଣି ଯୋଗୁଁ କିଛି ଶିଶୁଙ୍କ ମୃତ୍ୟୁ ଘଟିଥିଲା।   ସିଡୋଙ୍କୁ ଏହାପରେ   ଜଣେ ଜିହାଦୀ ଯୋଦ୍ଧାଙ୍କୁ ମଧ୍ୟ ବିକ୍ରି କରାଯାଇଥିଲା ଏବଂ ସେ ପରବର୍ତ୍ତୀ ସମୟରେ ସେ ଉକ୍ତ ବ୍ୟକ୍ତିଠାରୁ  ୨ଟି ସନ୍ତାନର ଜନନୀ ହୋଇଥିଲେ।

ଦୀର୍ଘ ବର୍ଷ ଧରି ବନ୍ଦୀ ରହିବା ପରେ ଆଇଡିଏଫ ପକ୍ଷରୁ ଆମେରିକା ସହାୟତାରେ ମିଳିତ ଅପରେସନ କରି ତାଙ୍କୁ ନିକଟରେ ଗାଜାରୁ ଉଦ୍ଧାର କରାଯାଇଛି। ଇରାକରେ ଥିବା ତାଙ୍କ ପରିବାର ନିକଟକୁ ସେ ଏବେ ଫେରିଛନ୍ତି। ତେବେ ତାଙ୍କ ଦୁଇ ସନ୍ତାନ ଏବେ ଆରବ ମୁସ୍‌ଲିମ ଭାବେ ଗାଜାରେ ରହୁଛନ୍ତି। ଦୀର୍ଘ ବର୍ଷ ଧରି ବର୍ବରତା ଓ ଯୌନ ଶୋଷଣର ଶିକାର ହୋଇଥିବା ଏହି ମହିଳାଙ୍କ ଉଦ୍ଧାର ଆମ ପାଇଁ ଏକ ବଡ଼ ସଫଳତା ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe