ମହାମାରୀ ମୁକାବିଲା ପାଇଁ ଜାତିସଂଘରେ ସଂକଳ୍ପ ପାରିତ, ସପକ୍ଷରେ ୧୬୯ଟି ଦେଶଙ୍କ ଭୋଟ

Advertisment
ଚୀନକୁ ପଛରେ ପକାଇ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ମହିଳା ଆୟୋଗକୁ ନିର୍ବାଚିତ ହେଲା ଭାରତ

Geneva Centre for Security Policy

ଜେନେଭା: ଆମେରିକା ଓ ଇସ୍ରାଏଲର ବିରୋଧ ମଧ୍ୟରେ ଶୁକ୍ରବାର ଜାତିସଂଘରେ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି। ମୋଟ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ୍‌ ଓ ହଙ୍ଗେରି ସଂକଳ୍ପ ସପକ୍ଷରେ ମତଦେବାରୁ ବିରତ ରହିଥିବା ବେଳେ ଏହା ୧୬୯-୨ ଭୋଟରେ ପାରିତ ହୋଇଯାଇଛି। ଜାତିସଂଘ ଇତିହାସରେ ସର୍ବାଧିକ ଆହ୍ବାନ ଆଣିଥିବା ଏହି ମହାମାରୀର ନିୟନ୍ତ୍ରଣ, ପ୍ରକୋପର ହ୍ରାସ ଏବଂ ଏହାର ପରିଣତି ସହ ଖାପ ଖୁଆଇବା ପାଇଁ ଆନ୍ତର୍ଜାତିକ ସହଯୋଗ ଏବଂ ଐକ୍ୟଭାବର ଆବଶ୍ୟକତା ରହିଛି ବୋଲି ଏହି ସଂକଳ୍ପରେ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ କୁହାଯାଇଛି। ଏହାର ସଦସ୍ୟ ରାଷ୍ଟ୍ରମାନଙ୍କୁ କୋଭିଡ୍‌-୧୯ର ମୁକାବିଲା ପାଇଁ ନିରାପଦ, ଉଚ୍ଚ ଗୁଣବତ୍ତା ସଂପନ୍ନ, ପ୍ରଭାବଶାଳୀ ତଥା ଶସ୍ତା ନିଦାନ, ଉପକରଣ ଓ ଟିକାର ସମୟୋଚିତ ଉପଲବ୍‌ଧ କରାଇବା ଲାଗି ବାଧ୍ୟ କରାଯାଇଛି। ସେହିପରି ମହାମାରୀର ଅନ୍ତ ଘଟାଇବା ଲାଗି ଏହାର ନିୟନ୍ତ୍ରଣ ଓ ସଂକ୍ରମଣ ହ୍ରାସ ପାଇଁ କୌଣସି ନିରାପଦ ଫଳପ୍ରଦ ତଥା ଶସ୍ତା ଟିକା ଉପଲବ୍‌ଧ ମାତ୍ରେ ବିକ୍ଷିପ୍ତ ଟିକାକରଣ ହିଁ ବିଶ୍ବ ସାର୍ବଜନୀନ ସ୍ବାସ୍ଥ୍ୟ ପାଇଁ ହିତକର ହେବ ବୋଲି କୁହାଯାଇଛି। ଏହି ସଂକଳ୍ପ ମହାମାରୀ କୋଭିଡ୍‌ ପାଇଁ ସମୟୋଚିତ ପଦକ୍ଷେପ ହେବା ସହ ଏଥିରେ ପ୍ରାଣ ହରାଇଥିବା ପୀଡ଼ିତମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଫଗାନିସ୍ତାନ ରାଷ୍ଟ୍ରଦୂତ ଆଦିଲା ରାଜ୍‌ ଓ କ୍ରୋଏସିଆ ପ୍ରତିପକ୍ଷ ଇଭାନ୍‌ ସିମୋନୋଭିକ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe