୨୪୪ତମ ସ୍ବାଧୀନତା ଦିବସ ପାଳିଲା ଆମେରିକା, କରୋନା ପାଇଁ ଚୀନକୁ ଦାୟୀ କଲେ ଟ୍ରମ୍ପ

Advertisment

ମୋଦୀଙ୍କ ଶୁଭେଚ୍ଛା ଉତ୍ତରରେ ଟ୍ରମ୍ପ କହିଲେ ଭାରତକୁ ଭଲପାଏ ଆମେରିକା

ମୋଦୀଙ୍କ ଶୁଭେଚ୍ଛା ଉତ୍ତରରେ ଟ୍ରମ୍ପ କହିଲେ ଭାରତକୁ ଭଲପାଏ ଆମେରିକା

ଆମେରିକାର ଚେତାବନୀ, ଖୁବଶୀଘ୍ର ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ

Image Courtesy of Reuters

ୱାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ଏହାର ୨୪୪ତମ ସ୍ବାଧୀନତା ଦିବସ ଜୁଲାଇ ୪ ତାରିଖରେ ପାଳନ କରିଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅତି ଧୁମ୍‌ଧାମ୍‌ରେ ଏହି ଉତ୍ସବକୁ ଦେଶ ପାଳନ କରି ନଥିଲେ ମଧ୍ୟ ସ୍ବାଧୀନତା ଦିବସ ଭାଷଣରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ପାଇଁ ଚୀନକୁ ନିଶ୍ଚିତ ଭାବେ ଦାୟୀ କରାଯିବା ଉଚିତ ବୋଲି ସେ କହିଛନ୍ତି। ତେବେ ଏହି ମହାମାରୀର ମୁକାବିଲା ପାଇଁ ବର୍ଷ ଶେଷ ସୁଦ୍ଧା ଟିକା ଆସିଯିବ ବୋଲି ସେ ଆଶା ଦେଖାଇଛନ୍ତି। ଉତ୍ସବ ପାଳନ କରିଲେ ‌ବହୁସଂଖ୍ୟାରେ ଲୋକ ଏକତ୍ରିତ ହେବେ। ଏଥିଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଉତ୍ସବ ପାଳନ ନକରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରମ୍ପଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଟ୍ରମ୍ପ ଏହି ପରାମର୍ଶକୁ ଖାତିର ନକରି ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ଏହି ରୋଗ ଆରମ୍ଭ ସଂପର୍କରେ ଚୀନ୍ ଠିକ୍ ଭାବେ ସୂଚନା ଦେଲାନାହିଁ। ଏଥିସହିତ ଉକ୍ତ ରୋଗର ଭୟାବହତା ସମ୍ପର୍କରେ ମଧ୍ୟ ଚୀନ୍ ବିଶ୍ବକୁ ଆଗୁଆ ଅବଗତ କରିନାହିଁ ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ମଧ୍ୟ କରୋନା ମହାମାରୀ ବ୍ୟାପିବା ପାଇଁ ଟ୍ରମ୍ପ ଚୀନକୁ ଏକାଧିକ ଥର ଆକ୍ରମଣ କରିଛନ୍ତି। ତେବେ ଟ୍ରମ୍ପଙ୍କ ସମାଲୋଚକମାନେ କହୁଛନ୍ତି ନିଜେ ଏହି ମହାମାରୀ ଠିକ୍‌ ଭାବେ ମୁକାବିଲା କରିବାରେ ବିଫଳ ହୋଇଥିବାରୁ ଚୀନ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି। ହ୍ବାଇଟ ହାଉସଠାରେ ଟ୍ରମ୍ପ ସ୍ବାଧୀନତା ଦିବସ ଭାଷଣ ଦେଉଥିବାବେଳେ ନିକଟରେ ପତ୍ନୀ ମେଲାନିଆ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ମୋଦୀଙ୍କ ଶୁଭେଚ୍ଛା ଉତ୍ତରରେ ଟ୍ରମ୍ପ କହିଲେ ଭାରତକୁ ଭଲପାଏ ଆମେରିକା
ନୂଆଦିଲ୍ଲୀ: ଆମେରିକାର ୨୪୪ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାବାସୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ଟ୍ବିଟର ଉତ୍ତର ମଧ୍ୟ ଟ୍ରମ୍ପ ଦେଇଛନ୍ତି। ଟ୍ରମ୍ପ ଟ୍ବିଟ୍ କରି ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଆମେରିକା ଭାରତକୁ ଭଲପାଏ ବୋଲି ମଧ୍ୟ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe