ଚୀନ୍‌ ସହ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

Advertisment
ଚୀନ୍‌ ସହ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

Image Courtesy of National Review

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍‌ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଉଭୟ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଲଗାତାର ଚୀନ୍‌ ବିରୋଧରେ କଟକଣା ଜାରି କରୁଛନ୍ତି। ୧୬ ଜୁନ୍‌ରୁ ଚୀନ୍‌ରୁ ଆସୁଥିବା ଯାତ୍ରୀ ବିମାନ ଉପରେ କଟକଣା ଲଗାଯିବାକୁ ଘୋଷଣା ହୋଇଥିବାରୁ ଚୀନ୍‌ର ସମସ୍ୟା ବଢ଼ିବା ସୁନିଶ୍ଚିତ ହୋଇଛି। ବିଶ୍ବବ୍ୟାପୀ କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ଆମେରିକା ସିଧାସଳଖ ଦାୟୀ କରିବା ସହ ଘୋର ଆର୍ଥିକ ସଙ୍କଟ ପଛରେ ମଧ୍ୟ ଚୀନ୍‌ ରହିଥିବା କହିଛି।

ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ହଂକଂ ପ୍ରସଙ୍ଗ ମଧ୍ୟ ଏବେ ଦୁଇଦେଶର ସଂପର୍କକୁ ଅଧିକ ତିକ୍ତ କରିଛି। ଅନ୍ୟପକ୍ଷରେ ଚୀନ୍‌ ମଧ୍ୟ ଆମେରିକା ସହ ମୁକାବିଲା ପାଇଁ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଇଛି। ଏହି ଲଢ଼େଇରେ ଭାରତ ଆମେରିକାର ପକ୍ଷ ନନେବାକୁ ଚୀନ୍‌ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe