କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ପରୀକ୍ଷା କରିବ ସର୍ବଗ୍ରାସୀ ଟିକା

Advertisment

ସବୁ ପ୍ରଜାତିର କରୋନା ଭୂତାଣୁକୁ ପ୍ରତିରୋଧ କରିବା ନେଇ ଗବେଷକଙ୍କ ଦାବି

ସବୁ ପ୍ରଜାତିର କରୋନା ଭୂତାଣୁକୁ ପ୍ରତିରୋଧ କରିବା ନେଇ ଗବେଷକଙ୍କ ଦାବି

ଅକ୍ସଫୋର୍ଡ ଟିକା ନେବା ପରେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଅଭିଯୋଗ : ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବ ସିରମ୍‌

India TV News

ଲଣ୍ଡନ: କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଧରଣର କରୋନା ଟିକା ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ପରୀକ୍ଷା ନିରୀକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଚାଲିଥିବା ବେଳେ ଏହି ଟିକା କୋଭିଡ୍‌-୧୯ ପାଇଁ ଦାୟୀ ସାର୍ସ-କୋଭ୍‌-୨ ସମେତ ବିଭିନ୍ନ ପ୍ରଜାତିର କରୋନା ଭୂତାଣୁକୁ ପ୍ରତିରୋଧ କରିପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି। ଏପରିକି ଭବିଷ୍ୟତରେ ପଶୁଙ୍କ ଶରୀରରୁ ମନୁଷ୍ୟ ଦେହକୁ ସଂକ୍ରମିତ ହେଉଥିବା ଯେ କୌଣସି ପ୍ରକାରର କରୋନାଭୂତାଣୁର ସଂକ୍ରମଣ ଦାଉରୁ ବର୍ତ୍ତିବା ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉପଲବ୍‌ଧ ବିଭିନ୍ନ ପ୍ରକାର ଜଣାଶୁଣା କରୋନା ଭୂତାଣୁର ଜୈବିକ ଅନୁକ୍ରମକୁ ଭିତ୍ତି କରି ଭେଷଜ କମ୍ପାନି ଡାୟସିନିଭାକ୍ସ ଦ୍ବାରା ଉକ୍ତ ଟିକା ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି।

ଚଳିତ ବର୍ଷ ଶେଷ ଭାଗ ଆଡ଼କୁ ନୈଦାନିକ ପରୀକ୍ଷଣ ପାଇଁ ଯୋଜନା କରାଯାଉଥିବା ଡାୟସ୍‌-କୋଭାକ୍ସ-୨ ନାମକ ଉକ୍ତ ଟିକାର ଫଳାଫଳ ଠିକ୍‌ ରହିଲେ ତାହା ସବୁଠୁ ଶସ୍ତା ଟିକା ଭାବେ ବିଶ୍ବ ତମାମ ଯୋଗାଇ ଦିଆଯିବ ବୋଲି ଡାୟସିନିଭାକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡା. ରେବେକା କିନ୍‌ସଲେ କହିଛନ୍ତି। ଏହି ଟିକାର ଅନ୍ୟତମ ବିଶେଷତ୍ବ ହେଉଛି ଏହାକୁ ଅତ୍ୟନ୍ତ ଶୀତଳୀକୃତ କରି ପାଉଡର ଆକାରରେ ପରିଣତ କରିହେବ। ସୁତରାଂ ଏହା ତାପସ୍ଥିର ହୋଇପାରୁଥିବାରୁ ଏହାର ସଂରକ୍ଷଣ ପାଇଁ ଆଉ ଅଧିକ ଶୀତଳୀକରଣ ସରଞ୍ଜାମର ଆବଶ୍ୟକତା ପଡ଼ିବନି। ଫଳରେ ଏହାର ପରିବହନ ସୁବିଧାରେ ଓ କମ୍‌ ଖର୍ଚ୍ଚରେ ହୋଇପାରିବାରୁ ଗରିବ ରାଷ୍ଟ୍ରମାନେ ଉପକୃତ ହୋଇପାରିବେ। ସେହିପରି ଏହାକୁ ଏକ ଫାର୍ମାଜେଟ୍‌ ଟ୍ରପିସ୍‌ ଅନ୍ତଃଚର୍ମ ସୂଚୀବିହୀନ ଇଞ୍ଜେକ୍ସନ ଦ୍ବାରା ପ୍ରୟୋଗ କରାଯାଇପାରିବ ଯାହାକି ମାତ୍ର ଗୋଟିଏ ସେକେଣ୍ଡ୍‌ର ଏକ ଦଶମାଂଶ ସମୟରେ ଜଣକ ଶରୀରରେ ପ୍ରବେଶ କରିପାରିବ। ତେଣୁ ଏହାକୁ ଶିଶୁ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କୁ ବିନା କଷ୍ଟରେ ପ୍ରୟୋଗ କରାଯାଇପାରିବ ବୋଲି ଡା. କିନ୍‌ସଲେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe