ଟିକା ନ ନେଇଥିବା ଲୋକଙ୍କୁ ବାହାର କରି ଦେବାକୁ ଚାହେଁ: ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମାକ୍ରୋନ୍‌

Advertisment
ଟିକା ନ ନେଇଥିବା ଲୋକଙ୍କୁ ବାହାର କରି ଦେବାକୁ ଚାହେଁ: ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମାକ୍ରୋନ୍‌

Image Courtesy of NDTV

ପ୍ୟାରିସ୍‌: ଟିକା ନ ନେଇଥିବା ଲୋକଙ୍କୁ ବାହାର କରି ଦେବାକୁ ଚାହୁଁଛନ୍ତି ବୋଲି ମଙ୍ଗଳବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ କହିବା ପରେ ବିରୋଧୀ ଦଳ ନେତାମାନଙ୍କର ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ୪ ମାସରୁ କମ୍‌ ଥିବା ବେଳେ ମାକ୍ରୋନ୍‌ଙ୍କର ଏତାଦୃଶ ଅସଭ୍ୟ ଏବଂ ନିଷ୍ଠୁର ମନ୍ତବ୍ୟ ଜନସାଧାରଣଙ୍କୁ ଆଘତ ଦେବ ବୋଲି ଚର୍ଚ୍ଚା ଚାଲିଛି।

ମଙ୍ଗଳବାର ରାତ୍ରରେ ‘ଲେ ପର୍ସିଏନ୍‌’ ଖବରକାଗଜରେ ପ୍ରକାଶିତ ସାକ୍ଷାତ୍‌କାରରେ ମାକ୍ରୋନ୍‌ କହିଛନ୍ତି, ଟିକା ନ ନେଇଥିବା ଲୋକ, ସତରେ ମୋର ଇଚ୍ଛା ହେଉଛି ସେମାନଙ୍କୁ ବାହାର କରି ଦେବା ପାଇଁ। ଶେଷକୁ ଆମେ ତାହାହିଁ କରିବୁ। ତାହାହିଁ ରଣନୀତି।

ସୂଚନାଯୋଗ୍ୟ, ରେସ୍ତୋରାଁ, କେଫ୍‌ ଏବଂ ଅନ୍ୟାନ୍ୟ ସ୍ଥାନକୁ ବିନା ‘ପିସିଆର୍‌ ଟେଷ୍ଟ୍‌’ କିଂବା ‘ଟିକା ପ୍ରମାଣପତ୍ର’ ବିନା ଜନସାଧାରଣଙ୍କୁ ପ୍ରବେଶ କରାଇବାରେ ବାଧା ଦେବା ପାଇଁ ଗତବର୍ଷ ଫ୍ରାନ୍‌ସ୍‌ ସ୍ବାସ୍ଥ୍ୟ ପାସ୍‌ ବ୍ୟବସ୍ଥା କରିଥିଲା। ଏଥିପାଇଁ ସରକାର ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ କେବଳ ଟିକା ନେଇଥିବା ବ୍ୟକ୍ତିଙ୍କୁ ‘ସ୍ବାସ୍ଥ୍ୟ ପାସ୍‌’ ମିଳିବ।

publive-image Image Courtesy of The Guardian

ମାକ୍ରୋନ୍‌ କହିଛନ୍ତି, ଟିକା ନ ନେଇଥିବା ଲୋକଙ୍କୁ ମୁଁ ଜେଲ୍‌ ପଠାଉନାହିଁ। ମୁଁ ଜୋରଜବରଦସ୍ତି ଟିକା ଦେବି ନାହିଁ। ତେଣୁ, ଆମେ ଜଣାଇ ଦେଉଛୁ ଯେ, ଜାନୁଆରି ୧୫ ତାରିଖରୁ ଆପଣମାନେ ଆଉ ରେସ୍ତୋରାଁକୁ ଯାଇ କଫି ପିଇପାରିବେ ନାହିଁ। ଥିଏଟର୍‌ କି, ସିନେମାକୁ ଯାଇ ପାରିବେ ନାହିଁ।

ତେଣୁ, ଜନସାଧାରଣଙ୍କ ମଧ୍ୟରେ ମାକ୍ରୋନ୍‌ଙ୍କ ଅସନ୍ତୋଷ ସୃଷ୍ଟିକାରୀ ଏଭଳି ମନ୍ତବ୍ୟକୁ ବିରୋଧୀ ନେତାମାନେ ସାମାଜିକ ଗଣମାଧ୍ୟମରେ ତୁରନ୍ତ ତୀବ୍ର ସମାଲୋଚନା କରିଛନ୍ତି। ଦକ୍ଷିଣପନ୍ଥୀ ନେତା ମେରାଇନ୍‌ ଲି ପେନ୍‌ ଟୁଇଟ୍‌ କରି ଲେଖିଛନ୍ତି, ଜଣେ ରାଷ୍ଟ୍ରପତି ସେମିତି କହିବା ଅନୁଚିତ। ପଦବୀରେ ରହିବାକୁ ଇମ୍ମାନୁଏଲ୍‌ ମାକ୍ରୋନ୍‌ ଅଯୋଗ୍ୟ।

ପୂର୍ବରୁ ମଧ୍ୟ ମାକ୍ରୋନ୍‌ ଏଭଳି ଅନେକ ଅପ୍ରୀତିକର ମନ୍ତବ୍ୟ ଦେଇ ପରେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe