ସମସ୍ତ ସମ୍ପତ୍ତି ମୋଦୀଙ୍କ ନାମରେ କରିଦେବାକୁ ଚାହୁଛନ୍ତି ୟୁପି ବୃଦ୍ଧା, ପୁଅ-ବୋହୂଙ୍କ ଅବହେଳା ପରେ ଏଭଳି ନିଷ୍ପତ୍ତି

Advertisment
ସମସ୍ତ ସମ୍ପତ୍ତି ମୋଦୀଙ୍କ ନାମରେ କରିଦେବାକୁ ଚାହୁଛନ୍ତି ୟୁପି ବୃଦ୍ଧା, ପୁଅ-ବୋହୂଙ୍କ ଅବହେଳା ପରେ ଏଭଳି ନିଷ୍ପତ୍ତି

ଲ‌କ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ଏବେ ଉତ୍ତରପ୍ରଦେଶର ମୈନପୁରୀରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ‌ମୈନପୁରୀରୁ ଜଣେ ୮୫ ବର୍ଷୀୟା ବୃଦ୍ଧା ବିତ୍ତନ ଦେବୀ ତାଙ୍କର ସମସ୍ତ ଜମିବାଡ଼ି ଏବଂ ସମ୍ପତ୍ତିକୁ ମୋଦୀଙ୍କ ନାମରେ କରିଦେବାକୁ ଚାହିଛନ୍ତି। ଆଇନଜୀବୀମାନେ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି। କିନ୍ତୁ ଉକ୍ତ ବୃଦ୍ଧାଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ବେଶ୍‌ ହୃଦୟବିଦାରକ। ପୁଅ ବୋହୁ ନପଚାରିବାରୁ ବୃଦ୍ଧା ଜଣଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବିତ୍ତନ ଦେବୀଙ୍କ ପାଖରେ ପ୍ରାୟ ୧୨ ବିଘା ଜମି ଅଛି। ସେ ତାଙ୍କ ସମସ୍ତ ଜମିକୁ ମୋଦୀଙ୍କ ନାମରେ କରିଦେବାକୁ ଚାହିବା ବିଷୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ବୃଦ୍ଧାଙ୍କୁ ଆଇନଜୀବୀମାନେ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ତାଙ୍କ ନିଷ୍ପତ୍ତିରେ ଅଟଳ। ବିତ୍ତନ ଦେବୀ କହିଛନ୍ତି ତାଙ୍କର ୨ ପୁଅ ଏବଂ ବୋହୁ ଅଛନ୍ତି। ସ୍ବାମୀ ମରିଯିବାପରେ ସେମାନେ ତାଙ୍କୁ ଖାଇବାକୁ ‌ଦେଉନାହାନ୍ତି କି ଯତ୍ନ ନେଉନାହାନ୍ତି। ସରକାରଙ୍କ ଦ୍ବାରା ପ୍ରଦତ୍ତ ବାର୍ଦ୍ଧକ୍ୟ ଭତ୍ତାକୁ ଭରସା‌ କରି ସେ ବଞ୍ଚିଛନ୍ତି। ଏଭଳି ସ୍ଥଳେ ସେ ତାଙ୍କ ସମସ୍ତ ସମ୍ପତ୍ତି ମୋଦୀଙ୍କ ନାମରେ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe