ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟରେ ଝଟ୍‌କା, ଶ୍ରୀକୃଷ୍ଣଙ୍କ ପାଇଁ ହଜାର ହଜାର ଗଛ କାଟି ହେବନି

ସୁପ୍ରିମକୋର୍ଟରେ ପରୀ ହତ୍ୟାକାଣ୍ଡ ତଦନ୍ତ ପ୍ରସଙ୍ଗ, ପ୍ରମାଣ ନଷ୍ଟ ପାଇଁ ସମୟ ମାଗିଛନ୍ତି ରାଜ୍ୟ ସରକାର : ବିଜେପି

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ଉତ୍ତରପ୍ରଦେଶ ସରକାର ହଜାର ହଜାର ସଂଖ୍ୟାରେ ଗଛ କାଟି ପାରିବେ ନାହିଁ। ଗୋଟିଏ ଚାରା ରୋପଣ କରିବା ଏବଂ ଗୋଟିଏ ଶହେ ବର୍ଷର ଗଛ କାଟିବା ସମାନ କଥା ନୁହେଁ। ତେଣୁ ଉତ୍ତରପ୍ରଦେଶ ସରକାର ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ପ୍ରାୟ ୩ ହଜାର ଗଛ କାଟି ପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଥୁରା ଜିଲ୍ଲାରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ରାସ୍ତା ପ୍ରଶସ୍ତିକରଣ କାମ ପାଇଁ ପ୍ରାୟ ୨,୯୪୦ ଗଛ କାଟିବାକୁ ଉତ୍ତରପ୍ରଦେଶ ସରକାର ଅନୁମତି ମାଗିଥିଲେ। ରାଜ୍ୟ ସରକାର ୧୩୮.୪୧ କୋଟି ଟଙ୍କାର କ୍ଷତିପୂରଣ ଦେବାପାଇଁ କହିଥିଲେ। କିନ୍ତୁ ପ୍ରଧାନ ବିଚରାପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏଥିପାଇଁ ଅନୁମତି ପ୍ରଦାନ କରିନାହାନ୍ତି। ସରକାର କହିଥିଲେ, ଯେତିକି ଗଛ କଟାଯାଇଥିଲା ତା’ଠାରୁ ଅଧିକ ରୋପଣ କରାଯିବ। କିନ୍ତୁ କୋର୍ଟ ଏଥିରେ ରାଜି ହୋଇନଥିଲେ। କୋର୍ଟ କହିଥିଲେ, ୧୦୦ ବର୍ଷର ଗଛ କାଟିବା ଏବଂ ଏହା ବଦଳରେ ଚାରା ରୋପଣ କରିବା ସମାନ କଥା ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe