NDTV.com
ମୁମ୍ବାଇ/ପୁନେ : କରୋନା ଟିକା ମୃତ୍ୟୁ କବଳରୁ ୯୯ ପ୍ରତିଶତ ସୁରକ୍ଷା ପ୍ରଦାନ କରୁଛି। ପୁନେର ଏନ୍ଆଇଭି (ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି) ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ଦେଶରେ ଗୋଟିଏ କିମ୍ବା ୨ ଡୋଜ୍ ଟିକା ନେବାପରେ ମଧ୍ୟ କାହିଁକି କିଛି ବ୍ୟକ୍ତି କରୋନା ସଂକ୍ରମିତ ହେଉଛନ୍ତି ସେନେଇ ଏନ୍ଆଇଭି ଦ୍ବାରା ଅଧ୍ୟୟନ ହୋଇଥିଲା। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକାଂଶ କୋଭିଡ୍ ମାମଲାରେ ଡେଲ୍ଟା ପ୍ରଜାତିର ଉପସ୍ଥିତି ଅଛି । ଆଲ୍ଫା , କପ୍ପା ଏବଂ ଡେଲ୍ଟା ପ୍ଲସ୍ ମାମଲା ବି ଚିହ୍ନଟ ହୋଇଛି। ଡେଲ୍ଟା ପାଇଁ ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ିଚାଲିଛି। କିନ୍ତୁ ଏନ୍ଆଇଭି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକା ମୃତ୍ୟୁ କବଳରୁ ୯୯ ପ୍ରତିଶତ ସୁରକ୍ଷା ପ୍ରଦାନ କରୁଛି। ଡେଲ୍ଟା ପ୍ରଜାତି କବଳରୁ ବି ଟିକା ସୁରକ୍ଷା ଦେଉଛି ବୋଲି ଏନ୍ଆଇଭି ଅଧ୍ୟୟନରେ କୁହାଯାଇଛି। ଅର୍ଥାତ୍ ଟିକା ନେଇଥିବା ବ୍ୟକ୍ତିଙ୍କର ଡେଲ୍ଟା ବିଶେଷ କିଛି କ୍ଷତି କରିପାରୁନି
Follow Us