ଫାଇଜର ଟିକାର ଶୀତଳୀକରଣ ସମସ୍ୟା, ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରାରେ ହିଁ ଟିକା ସଂରକ୍ଷିତ ରହିବ

Advertisment
ଫାଇଜର ଟିକାର ଶୀତଳୀକରଣ ସମସ୍ୟା, ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରାରେ ହିଁ ଟିକା ସଂରକ୍ଷିତ ରହିବ

ନୂଆଦିଲ୍ଲୀ: ଆମେରିକୀୟ ଭେଷଜ କମ୍ପାନି ଫାଇଜର ଓ ଜର୍ମାନୀ ଅଂଶୀଦାର ବାୟୋଏନ୍‌ଟେକ୍‌ ଦ୍ବାରା ବିକଶିତ କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ୯୦%ରୁ ଅଧିକ ଫଳପ୍ରଦତା ଦେଉଥିବା ଦାବି ହେଲା ପରେ ଖୁବ୍‌ ଶୀଘ୍ର ଏହା ଉପଲବ୍‌ଧ ହୋଇପାରିବ ବୋଲି ଆଶା କରାଯାଉଛି। ମାତ୍ର ଟିକା ନିର୍ମାଣ କେନ୍ଦ୍ରରୁ ବିଶ୍ବ ବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଟିକାପ୍ରଦାନ କେନ୍ଦ୍ର ଯାଏ ଏହାର ସୁରକ୍ଷିତ ପରିବହନ ହିଁ ଚିନ୍ତାର ବିଷୟ ହୋଇଛି। ଟିକାର ରପ୍ତାନି ବା ଆମଦାନି ବେଳେ ବିଯୁକ୍ତ ୭୦ ଡିଗ୍ରି ସେଲ୍‌ସିଅସ୍‌ ତାପମାତ୍ରାରେ ଏହାକୁ ସଂରକ୍ଷିତ ରଖିବା ଲାଗି ବିମାନବନ୍ଦରରେ ଅତିଶୀତଳୀକୃତ ଗୋଦାମ ଘର ଠାରୁ ଆରମ୍ଭ କରି ଅତିଶୀତଳୀକୃତ ଯାନରେ ଏହାର ପରିବହନ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ତଥା ବ୍ୟୟସାପେକ୍ଷ। ସେହିପରି ସେଠାରୁ ଟିକା ପ୍ରଦାନ କେନ୍ଦ୍ରରେ ତାହା ପହଞ୍ଚିଲା ପରେ ତାପମାତ୍ରାକୁ -୭୦ ଡିଗ୍ରି ସେଲ୍‌ସିଅସ୍‌ରୁ ସ୍ବାଭାବିକ ୨ରୁ ୮ ଡିଗ୍ରି ସେଲଁସିଅସ୍‌ ତାପମାତ୍ରା ଯାଏ ଆଣିବାକୁ ପଡ଼ିବ ଏବଂ ଅତି ବେଶିରେ ପାଞ୍ଚ ଦିନ ଭିତରେ ତାହାକୁ ବ୍ୟବହାର କରିବାକୁ ପଡ଼ିବ, ଅନ୍ୟଥା ଟିକା ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ତେଣୁ ଶେଷ ବ୍ୟବହାର ପର୍ଯ୍ୟାୟରେ ମଧ୍ୟ ଟିକାର ପରିଚାଳନା ଅନ୍ୟତମ ବ୍ୟୟସାପେକ୍ଷ ପଦ୍ଧତି ପାଲଟିଛି। ଏପରି ଶୀତଳୀକରଣୀୟ ସରଞ୍ଜାମ ଆହରଣ ପାଇଁ ବିନିଯୋଗ ଅର୍ଥ ହିଁ ଟିକାର ମୌଳିକ ମୂଲ୍ୟକୁ ଢେର ବଢ଼ାଇଦେବ। ଫଳ ସ୍ବରୂପ ଏହା କେବଳ ଧନୀ ରାଷ୍ଟ୍ରଙ୍କ ପାଇଁ ସହଜଲବ୍‌ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭାରତର ସିଂହଭାଗ ଲୋକଙ୍କ ପାଖରେ ଏଭଳି ସୁରକ୍ଷିତ ତଥା ଶୀତଳୀକୃତ ମାଧ୍ୟମରେ ଉକ୍ତ ଟିକାକୁ ପହଞ୍ଚାଇବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe