ଗାଡ଼ି କାଗଜର ବୈଧତା ଆଉ ୩ ମାସ ବଢ଼ିଲା

Advertisment
ଏଣିକି ଦିଲ୍ଲୀରେ ଏତିକି ସ୍ପିଡ଼ରେ ଚଳାଇପାରିବେ ଗାଡି, ସ୍ପିଡ଼ ବଢିଲେ ଫାଇନ ଗଣିବେ

Zee Business

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ସଂକ୍ରାନ୍ତ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‌ଏହି ମର୍ମରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର ଏପ୍ରକାର ପଦକ୍ଷେପ ନେଇଛନ୍ତି। ଗାଡ଼ିର ଯେଉଁସବୁ କାଗଜପତ୍ରର ବୈଧତା ଚଳିତବର୍ଷ ଫେବ୍ରୁଆରି ୧ ତାରିଖରୁ ଶେଷ ହୋଇଯାଇଛି କିମ୍ବା ୨୦୨୧ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ ହେବ ସେଗୁଡ଼ିକର ‌ବୈଧତା ଅବଧିକୁ ବଢ଼ାଯାଇଛି। ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ ଶେଷ ହେଉଥିବା ଗାଡ଼ି କାଗଜପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟନେସ ପରମିଟ୍‌, ଲାଇସେନ୍ସ, ରେଜିଷ୍ଟ୍ରେସନ ଆଦିର ବୈଧତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଦ୍ବାରା ଲୋକମାନେ ସାମାଜିକ ଦୂରତା ରକ୍ଷା କରି ଗାଡ଼ି ସଂପର୍କିତ କାଗଜପତ୍ରର ବୈଧତା ବୃଦ୍ଧି କରିବା ସୁବିଧା ପାଇପାରିବେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଡ଼ି କାଗଜପତ୍ରର ବୈଧତା ୨୦୨୦ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe