Image Source: Zee News
ନୂଆଦିଲ୍ଲୀ: ବାବ୍ରି ମସ୍ଜିଦ୍ ଧ୍ବଂସ ମାମଲାରେ ଆସନ୍ତାକାଲି ସିବିଆଇ ସ୍ବତନ୍ତ୍ର ଅଦାଲତ ରାୟ ଶୁଣାଇବେ। ବାବ୍ରି ଧ୍ବଂସ ମାମଲାରେ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏଥିରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି। ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ବିନୟ କଟିୟାର ଏବଂ ଉମା ଭାରତୀ ପ୍ରମୁଖ ରହିଛନ୍ତି। ଏହି ମାମଲାରେ ପ୍ରାୟ ୩ ଶହ ସାକ୍ଷୀଙ୍କ ବୟାନ ନିଆଯାଇଥିବା ବେଳେ ୬୦୦ ଦସ୍ତାବିଜ ଦାଖଲ କରାଯାଇଛି। ୬ ଡିସେମ୍ବର, ୧୯୯୨ରେ ବାବ୍ରି ମସ୍ଜିଦକୁ କରସେବକମାନେ ଧ୍ବସ୍ତ କରିଥିଲେ ଏବଂ ଏହାକୁ ନେଇ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ୯ ନଭେମ୍ବର ୨୦୧୯ରେ ସୁପ୍ରିମ୍ କୋର୍ଟ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ। ଆସନ୍ତାକାଲି ସିବିଆଇ ସ୍ବତନ୍ତ୍ର ଅଦାଲତରେ ମାମଲାର ରାୟ ପ୍ରକାଶ ବେଳେ ଆଡଭାନୀ, ଉମା ଏବଂ ଯୋଶୀ କୋର୍ଟରେ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି।
Follow Us