ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ରାୟ ସେପ୍ଟେମ୍ବର ୩୦ରେ

Advertisment
ବାବ୍‌ରି ମସ୍‌ଜିଦ୍ ଭଙ୍ଗା ମାମଲା: ସେପ୍ଟେମ୍ବର ୩୦ରେ ଆଡ଼ୱାଣୀ, ଯୋଶୀ ଓ ଭାରତୀଙ୍କ ସମେତ ୩୨ ଅଭିଯୁକ୍ତଙ୍କ ଉପରେ ରାୟ ଶୁଣାଇବେ ଅଦାଲତ

Image Courtesy of The Business Standard

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ରେ ଦୀର୍ଘ ୨୮ ବର୍ଷର ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ରାୟ ଆସିବ। ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଶୁଣାଇବେ। ରାୟ ଆସିବା ଦିନ ମାମଲାର ସମସ୍ତ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିବାପାଇଁ ବିଚାରପତି ଏସ୍‌କେ ଯାଦବ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ୩୨ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏଲ୍‌ କେ ଆଡଭାନୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ ଏବଂ ବିନୟ କଟିୟାର ରହିଛନ୍ତି। ଉକ୍ତ ମାମଲାରେ ଶୁଣାଣି ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା। ସିବିଆଇ ପକ୍ଷରୁ ମାମଲାରେ ୩୫୧ ସାକ୍ଷୀ ଏବଂ ୬୦୦ ତଥ୍ୟଗତ ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ମାମଲାରେ ଲାଲ୍‌କୃଷ୍ଣ ଆଡଭାନୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜୁଲାଇ ୨୪ରେ ସିବିଆଇ କୋର୍ଟରେ ହାଜର ହୋଇଥିବାବେଳେ ଜୁଲାଇ ୧୩ରେ କଲ୍ୟାଣ ସିଂହଙ୍କ ବୟାନ ରେକର୍ଡ କରାଯାଇଥିଲା। ଜୁଲାଇ ୨୩ରେ ମୁରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଜୁଲାଇ ୨ରେ ଉମା ଭାରତୀ କୋର୍ଟରେ ହାଜର ହୋଇଥିଲେ। ଉଲ୍ଲେଖଯୋଗ୍ୟ ବାବ୍ରି ମସଜିଦ୍‌ ଡିସେମ୍ବର ୬, ୧୯୯୨ରେ କରସେବକଙ୍କ ଦ୍ବାରା ଧ୍ବଂସ କରାଯାଇଥିଲା। ସେ ସମୟରେ ରାମ ଜନ୍ମଭୂମି ଆନ୍ଦୋଳନର ଅଗ୍ରଭାଗରେ ଥିଲେ ଆଡଭାନୀ ଏବଂ ଯୋଶୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe