ସିବିଆଇ ତଦନ୍ତ ଦାବିକଲେ, ପୀଡ଼ିତା ପରିବାର

ଆମକୁ ଗୃହବନ୍ଦୀ କରାଯାଇଛି: ପୀଡ଼ିତାଙ୍କ ବାପା

ସିବିଆଇ ତଦନ୍ତ ଦାବିକଲେ, ପୀଡ଼ିତା ପରିବାର

ନୂଆଦିଲ୍ଲୀ: ହଠରାସ୍‌ ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପୀଡ଼ିତାଙ୍କ ପରିବାର ଆଜି ସିବିଆଇ ତଦନ୍ତ ଦାବି କରିଛନ୍ତି। ପୀଡ଼ିତାଙ୍କ ବାପା କହିଛନ୍ତି ଉକ୍ତ ମାମଲାରେ ତାଙ୍କ ପରିବାର ଉପରେ ପ୍ରବଳ ଚାପ ପଡ଼ୁଛି। ପୁଲିସ ତଦନ୍ତରେ ଆମେ ଆଦୌ ସନ୍ତୁଷ୍ଟ ନୋହୁଁ ବୋଲି ସେ କହିଛନ୍ତି। ମାମଲା ସିବିଆଇକୁ ହସ୍ତାନ୍ତର କରିବାପାଇଁ ଆମେ ଚାହୁ ବୋଲି ସେ କହିଛନ୍ତି। ଏବେ ସମ୍ପୂର୍ଣ୍ଣ ପରିବାର ଗୃହ ବନ୍ଦୀ ରହିଛି ଏବଂ ଗଣମାଧ୍ୟମ ପ୍ରତିନିଥି ମଧ୍ୟ ଆମକୁ ଭେଟି ପାରୁନାହାନ୍ତି ବୋଲି ପୀଡ଼ିତାଙ୍କ ବାପା କହୁଥିବାର ଏକ ଭିଡିଓ ଆଜି ସୋ‌ସିଆଲ ମିଡିଆରେ ସେୟାର କରାଯାଇଛି। ଉକ୍ତ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି,ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ପୀଡ଼ିତାଙ୍କ ସମଗ୍ର ପରିବାର ଏବେ ଗୃହବନ୍ଦୀ ଅଛନ୍ତି। ସରକାର କ'ଣ ସେମାନଙ୍କୁ ଧମକାଇ ନିରବ କରିବାକୁ ଚାହୁଛନ୍ତି କି ବୋଲି ପ୍ରିୟଙ୍କା ଆଜି ଏକ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe