ସର୍ବଦଳୀୟ ବୈଠକର ସ୍ବର ଏକ: ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ପ୍ରତିଟି ଆକ୍ରମଣର ଭୟାନକ ଜବାବ ମିଳିବ

‘ଅପରେସନ୍‌ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ବୈଠକରେ ସରକାର ବିରୋଧୀ ଦଳ ନେତାମାନଙ୍କୁ ‘ଅପରେସନ୍‌ ସିନ୍ଦୁର’ ସଂକ୍ରାନ୍ତରେ ବିସ୍ତୃତ ଭାବେ ଅବଗତ କରିଛନ୍ତି।

sddsc

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ବୈଠକରେ ସରକାର ବିରୋଧୀ ଦଳ ନେତାମାନଙ୍କୁ ‘ଅପରେସନ୍‌ ସିନ୍ଦୁର’ ସଂକ୍ରାନ୍ତରେ ବିସ୍ତୃତ ଭାବେ ଅବଗତ କରିଛନ୍ତି।  ପାକିସ୍ତାନ ଏବଂ ପିଓକେରେ ଭାରତୀୟ ସେନା କିଭଳି ଆତଙ୍କୀ ପୋଷ୍ଟ୍‌ ଉପରେ ଆକ୍ରମଣ କରି ଆତଙ୍କବାଦୀଙ୍କ ଆଡ଼ା ସ୍ଥଳ ଧ୍ବଂସ କରିଛନ୍ତି ସେନେଇ ବୈଠକର ଅଧ୍ୟକ୍ଷତା କରୁଥିବା ରାଜନାଥ ସିଂହ ବିଭିନ୍ନ ଦଳର ନେତାମାନଙ୍କୁ ଅବଗତ କରିଛନ୍ତି।    ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ବୈଠକରେ ଉପସ୍ଥିତ ଥିଲେ ଏବଂ ଦେଶର ସୁରକ୍ଷା ସଂକ୍ରାନ୍ତ ସରକାରଙ୍କ ସମସ୍ତ ପଦକ୍ଷେପକୁ ସମର୍ଥନ ଘୋଷଣା କରିଥିଲେ।  ସର୍ବଦଳୀୟ ବୈଠକରେ  ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ବିଜେପି ସଭାପତି ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଯୋଗ ଦେଇଥିଲେ। ବୈଠକରେ ରାଜନାଥ କହିଛନ୍ତି, ‘ଅପରେସନ୍‌ ସିନ୍ଦୂର’ ଜାରି ରହିଛି। ପାକିସ୍ତାନ ଉତ୍ତେଜନା ବଢ଼ାଇଲେ ଭାରତ ଏହାର ଜବାବ ଦେବାକୁ ପ୍ରସ୍ତୁତ ଅଛି। 

ଭାରତ ସରକାର କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ଚାହାନ୍ତିନି। କିନ୍ତୁ ଶତ୍ରୁର ପ୍ରତିଟି ଆକ୍ରମଣର ଭୟାନକ ଜବାବ ମିଳିବ। ଅପରେସନ୍‌ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ରାଜନାଥ କହିଛନ୍ତି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସାମ୍ବାଦିକମାନଙ୍କୁ କହିଛନ୍ତି, ସମଗ୍ର ଦେଶ ସରକାର ଏବଂ ସେନାବାହିନୀ ସହ ଏକଜୁଟ୍‌ ଅଛନ୍ତି।   ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ‘ସରକାର ଯାହା କହିଲେ ଆମେ ଶୁଣିଲୁ। ସେମାନେ ମଧ୍ୟ ଆମକୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଆମେ ସରକାରଙ୍କ ସହ ରହିଛୁ ବୋଲି ଖଡ଼ଗେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe