ବିଦ୍ରୋହୀ ବିଧାୟକମାନଙ୍କୁ ’ଚଳନ୍ତା ଶବ’ ବୋଲି କହିଲେ ଶିବସେନା ସାଂସଦ ସଞ୍ଜୟ ରାଉତ

Advertisment
ବିଦ୍ରୋହୀ ବିଧାୟକମାନଙ୍କୁ ’ଚଳନ୍ତା ଶବ’ ବୋଲି କହିଲେ ଶିବସେନା ସାଂସଦ ସଞ୍ଜୟ ରାଉତ

www.indiatoday.in

ମୁମ୍ବାଇ: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକ ଗୌହ୍ବ‌ାଟୀରେ ଥିବା ବେଳେ ସେମାନଙ୍କୁ ‘ଚଳନ୍ତା ଶବ’ ବୋଲି ସମ୍ବୋଧନ କରିଛନ୍ତି ଶିବସେନାର ସାଂସଦ ସଞ୍ଜୟ ରାଉତ। ସେ ତାଙ୍କର ଏକ ଟ୍ବିଟ୍‌ର ପୋଷ୍ଟ୍‌ରେ ଲେଖିଛନ୍ତି, ‘ଜାହଲତ୍‌(ମୁର୍ଖାମୀ) ଏକ ପ୍ରକାରର ମୃତ୍ୟୁ ଓ ମୁର୍ଖ ଲୋକମାନେ ଚଳନ୍ତା ଶବ’।

ଏହା ପୂର୍ବରୁ ସଞ୍ଜୟ ରାଉତ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି କହିଥିଲେ କି ଗୌହ୍ବାଟୀରେ ଥିବା ୧୫ ଜଣ ବିଧାୟକ ଶବ ଅଟନ୍ତି। ସେମାନଙ୍କ ପ୍ରାଣ ମରିସାରିଛି। ସେ ଆହୁରି ବି କହିଥିଲେ କି ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବାକୁ ବିଧାନସଭା ପଠାଯିବ। ସେମାନେ ବି ଜାଣନ୍ତି କି ସେମାନଙ୍କ ଶରୀରକୁ ସେଠାରେ ଜାଳି ଦିଆଯିବ।

ଏପଟେ ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୋମବାର ଦିନ ସୁପ୍ରିମ କୋର୍ଟରୁ ଅସ୍ଥାୟୀ ଆଶ୍ବସ୍ତି ମିଳିଛି। ଆସନ୍ତା ମାସ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି। ଏହି ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି କୋର୍ଟ ଉପବାଚସ୍ପତି, ଶିବସେନାର ମୁଖ୍ୟ ସଚେତକ, ଗୃହରେ ଶିବସେନାର ନେତା ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନରହରି ଜିରୱାଲ ଯେଉଁ ନୋଟିସ ଦେଇଥିଲେ ତାହାକୁ ଚାଲେଞ୍ଜ କରି ଏହି ଗୋଷ୍ଠୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ‌ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe