ଭୀଷଣ ରୂପ ନେଲା ୟୁକ୍ରେନ ଯୁଦ୍ଧ: ରୁଷ୍‌ ଟାର୍ଗେଟ୍‌ରେ ପଶ୍ଚିମ ଉପଗ୍ରହ

Advertisment

ବାଣିଜ୍ୟିକ ଉପଗ୍ରହକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି

ବାଣିଜ୍ୟିକ ଉପଗ୍ରହକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି

ଭୀଷଣ ରୂପ ନେଲା ୟୁକ୍ରେନ ଯୁଦ୍ଧ: ରୁଷ୍‌ ଟାର୍ଗେଟ୍‌ରେ ପଶ୍ଚିମ ଉପଗ୍ରହ

କିବ୍‌: ୟୁକ୍ରେନ୍‌ରେ ଯୁଦ୍ଧ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ଭୟଙ୍କର ହୋଇଛି। ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ସାମରିକ ସହଯୋଗ ଜାରି ରଖିଥିବାରୁ ଏହାର ଜବାବରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ରୁଷ୍‌। ୟୁକ୍ରେନ୍‌ର ପୂର୍ବ ଅଞ୍ଚଳରେ ଯୁଦ୍ଧ ଭୀଷଣ ରୂପ ନେଇଛି ହୋଇଛି। ରୁଷ୍‌ ଦଖଲରେ ଥିବା ଖେରସନ୍‌ରେ ୟୁକ୍ରେନ୍‌ ସେନାବାହିନୀ ଆକ୍ରମଣ ଜାରି ରହିଥିବାରୁ ସପ୍ତାହକ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଅଞ୍ଚଳରୁ ପଳାୟନ କରିଛନ୍ତି। ଯୁଦ୍ଧ ମଧ୍ୟରେ ଜଣେ ଶୀର୍ଷ ରୁଷ୍‌ ଅଧିକାରୀ ଚେତାବନୀ ଦେଇ କହିଛନ୍ତି ଯେ ୟୁକ୍ରେନ୍‌କୁ ସମର୍ଥନ କରିବାପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କର ବାଣିଜ୍ୟିକ ଉପଗ୍ରହ ସାମରିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହେଉଛି।

ବାଣିଜ୍ୟିକ ଉପଗ୍ରହକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି
ୟୁକ୍ରେନ୍‌କୁ ରୁଷ୍‌ ସେନାର ଗତିବିଧି ନେଇ ତଥ୍ୟ ଦେଉଛନ୍ତି ପଶ୍ଚିମ ରାଷ୍ଟ୍ର

ରୁଷ୍‌ର ସେନା ଶିବିର, ସୈନିକଙ୍କ ଅଭିଯାନ ଓ ଯୁଦ୍ଧାସ୍ତ୍ରର ଅବସ୍ଥିତି ନେଇ ୟୁକ୍ରେନ୍‌କୁ ପଶ୍ଚିମ ରାଷ୍ଟ୍ରମାନେ ଉପଗ୍ରହ ଆଧାରିତ ତଥ୍ୟ ଯୋଗାଉଛନ୍ତି। ଖୁବ୍‌ଶୀଘ୍ର ଏହାର କଡ଼ା ଜବାବ ଦିଆଯିବ ଏବଂ ଆମେ ପଶ୍ଚିମ ରାଷ୍ଟ୍ରମାନଙ୍କ ଉପଗ୍ରହକୁ ମଧ୍ୟ ଟାର୍ଗେଟ୍‌ କରିବୁ ବୋଲି ରୁଷ୍‌ ଅଧିକାରୀ କହିଛନ୍ତି। ୟୁକ୍ରେନ୍‌ ଏବେ ରୁଷ୍‌ଠାରୁ ଖେରସନ ଅଞ୍ଚଳ ଏବଂ କିବ୍‌କୁ ପୁନର୍ଦଖଲ କରିବାପାଇଁ ଉଦ୍ୟମ ଚଳାଇଛି। ଖେରସନରେ ଆକ୍ରମଣ ତୀବ୍ର ହୋଇଥିବାରୁ ନିକଟରେ ଖେରସନରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ଖାଲି କରାଯାଇଛି। ଅନ୍ୟପକ୍ଷେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କରେ ରୁଷ୍‌ ଲଗାତାର ବୋମାବର୍ଷା କରୁଛି। ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିବା‌ ବେଳେ ଜଣେ ରୁଷ୍‌ ଅଧିକାରୀ ଚେତାବନୀ ଦେଇ କହିଛନ୍ତି, ପଶ୍ଚିମ ରାଷ୍ଟ୍ରମାନେ ଏହି ବିବାଦର ଅଂଶ ହେବେ। ଜାତିସଂଘର ଅସ୍ତ୍ର ନିୟନ୍ତ୍ରଣ କମିଟିରେ ରୁଷ୍‌ ପ୍ରତିନିଧି ମଣ୍ଡଳର ଉପମୁଖ୍ୟ କହିଛନ୍ତି, ୟୁକ୍ରେନ ଯୁଦ୍ଧରେ ଆମେରିକା ଏବଂ ଅନ୍ୟ ପଶ୍ଚିମ ରାଷ୍ଟ୍ରମାନଙ୍କ ଉପଗ୍ରହ ବ୍ୟବହାର ହୋଇଥିବାରୁ ଏହାର ଅତି ଭୟାନକ ପରିଣାମ ମିଳିବ।

ଅନ୍ୟପକ୍ଷେ କିବ୍‌ର ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି, ରୁଷ୍‌ ନିକଟରେ ୟୁକ୍ରେନର ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରି ଆକ୍ରମଣ ଜୋରଦାର କରିଛି। ୟୁକ୍ରେନ୍‌ର ଶକ୍ତି ସିଷ୍ଟମ୍‌କୁ ଧ୍ବଂସ କରିବାପାଇଁ ରୁଷ୍‌ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ୍‌ ଆକ୍ରମଣ ଯୋଗୁଁ ଦେଶର ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ ଧ୍ବଂସ ହୋଇଯାଇଛି। ରୁଷ୍‌ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ରରେ ବିସ୍ଫୋରକ ଖଞ୍ଜିବାପାଇଁ ଯୋଜନା କରିଛି। ୟୁକ୍ରେନରେ ଆକ୍ରମଣ ପାଇଁ ଇରାନ୍‌ରୁ ଆଣିଥିବା ୪ ଶହ ଡ୍ରୋନ୍‌ ରୁଷ୍‌ ବ୍ୟବହାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe