ଆପଣଙ୍କ ପେଟ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, କେତେବେଳେ ବି ଜୀବନ ଚାଲିଯିବ; ଦଳୀୟ କର୍ମୀଙ୍କୁ କହିଲେ ଦିଦି

ଆପଣଙ୍କ ପେଟ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, କେତେବେଳେ ବି ଜୀବନ ଚାଲିଯିବ; ଦଳୀୟ କର୍ମୀଙ୍କୁ କହିଲେ ଦିଦି

କୋଲକାତା: ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ କର୍ମୀଙ୍କୁ ଦେଇଥିବା ଟିପ୍ସ। ଦଳୀୟ କର୍ମୀଙ୍କ ପେଟ ବଡ଼ ଥିବା ଦେଖି ତାଙ୍କୁ ପେଟ କମାଇବା ପାଇଁ କହିଥିଲେ ଦିଦି। ଏହା ସହ ତାଙ୍କୁ ପକଡ଼ି ଖାଇବାକୁ ମନା କରିବା ସହ ବ୍ୟାୟାମ କରିବାକୁ କହିଥିଲେ। ତୃଣମୂଳ କଂଗ୍ରେସର ସୁପ୍ରିମୋ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ସୁରେଶ ଅଗ୍ରୱାଲଙ୍କୁ ବ୍ୟାୟାମ କରିବା ଏବଂ ଖାଇବା ଅଭ୍ୟାସ ବଦଳାଇବା ବିଷୟରେ କହୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଇଛି ଦିଦି ଅଗ୍ରୱାଲଙ୍କୁ କହୁଛନ୍ତି ଯେ, ଆପଣଙ୍କ ପେଟ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, କେତେବେଳେ ବି ଜୀବନ ଚାଲିଯିବ। ଆପଣଙ୍କ ପେଟ ଏତେ ବଡ଼ ହେଲା କେମିତି? ଏପ୍ରଶ୍ନ ଶୁଣି ସୁରେଶ ଅଗ୍ରୱାଲ କହୁଛନ୍ତି, ମୁଁ ପ୍ରତିଦିନ ବ୍ୟାୟାମ କରେ। ହେଲେ ମୋତେ ପକଡ଼ି ଖାଇବାକୁ ଭଲ ଲାଗେ। ପ୍ରତିଦିନ ସକାଳେ ମୁଁ ପକଡ଼ି ଖାଏ। ଏହାର ଉତ୍ତରରେ ଦିଦି କହୁଛନ୍ତି, ଏଭଳି ପକଡ଼ି ଖାଇଲେ କେବେ ବି ପେଟ କମିବ ନାହିଁ। ପକଡ଼ି ଖାଇବା ବନ୍ଦ କର।

ଦିଦିଙ୍କ ମୁହଁରୁ ଏକଥା ଶୁଣି ସୁରେଶ ଅଗ୍ରୱାଲ କହୁଛନ୍ତି ଯେ, ମୋର ଓଜନ ୧୨୫କେଜି ହୋଇଥି‌ଲେ ବି ମୋର ରକ୍ତଚାପ କି ମଧୁମେହ ରୋଗ ନାହିଁ। ଏହା ଶୁଣି ଦିଦି କହୁଛନ୍ତି ତୁୁମର ନିଶ୍ଚିତ ଭାବରେ ଯକୃତ ସମସ୍ୟା ଥିବ। ଓଜନ କମ କରିବା ପାଇଁ କେଉଁ ବ୍ୟ‌ାୟାମ କର? ଏହାର ଉତ୍ତରରେ ଅଗ୍ରୱାଲ କହୁଛନ୍ତି ଯେ, ପ୍ରାଣାୟମ ସହ ୧,୦୦୦ କପାଲଭଟି କରେ। ଏହା ଶୁଣି ଦିଦି ଆଶ୍ଚର୍ଯ୍ୟ ହେବା ସହ ଏବେ ମୋତେ ୧,୦୦୦ କପାଲଭଟି କରି ଦେଖାଇଲେ ୧୦,୦୦୦ ଟଙ୍କା ଦେବି ବୋଲି କହୁଛନ୍ତି। ଏହା ଶୁଣି ଅଗ୍ରୱାଲ କହୁଛନ୍ତି, କପାଲଭଟି ଭୋର ସମୟରେ ବା ସନ୍ଧ୍ୟା ୫ଟା ପରେ କରାଯାଏ ।

ଦିଦି ଏହା ଶୁଣି ଦୀର୍ଘ ନିଶ୍ବାସ ମାରିବ‌ା ସହ କହୁଛନ୍ତି, ଆପଣ ୧,୦୦୦ କପାଲଭଟି କରୁଥିବେ ବୋଲି ବିଶ୍ବାସ ହେଉନାହିଁ। ନଚେତ୍ ଆପଣଙ୍କ  ପେଟ ଏତେ ବଡ ହୋଇନଥାନ୍ତା। ମୁଁ ବି କପାଲଭଟି କରେ। ଉତ୍ତରରେ ଅଗ୍ରୱାଲ କହୁଛନ୍ତି ମୁଁ ଜାଣେ ଆପଣ ପ୍ରତିଦିନ ୨୪ କିଲୋମିଟର ଚାଲନ୍ତି। ଅଗ୍ରୱାଲଙ୍କ ମୁହଁରୁ ଏହା ଶୁଣି ଦିଦି କହୁଛନ୍ତି, ମୁଁ କେତେ ଦୂର ଚାଲେ ତାହା ଦେଖିବାର ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe