zeenews.india.com
ବରେଲି : ଉତ୍ତରପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ସ୍ବାମୀ ତାଙ୍କୁ ଚାପୁଡ଼ା ମାରିବା ସହ ଝିଅକୁ ପିଟିବାରୁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଉପରେ ଲଙ୍କାଗୁଣ୍ଡ ମିଶା ଏସିଡ୍ ପକାଇଛନ୍ତି। ତାଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଛି। ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ମହମ୍ମଦ ୟାସିନ୍ ଜଣେ ମଦ୍ୟପ। ଅଧିକାଂଶ ସମୟରେ ସେ ମଦ ପିଇ ସ୍ତ୍ରୀ ଫାରା ଏବଂ ୪ ବର୍ଷର ଝିଅକୁ ମାଡ଼ ମାରେ। ସବୁଦିନ ଭଳି ଘଟଣା ଦିନ ୟାସିନ୍ ମଦ ପିଇ ଘରକୁ ଫେରି ପତ୍ନୀ ଏବଂ ଝିଅକୁ ମାଡ଼ ମାରିବାରୁ ଫାରା ଭୀଷଣ ରାଗିଯାଇଥିଲେ। ସେ ଶୋଇପଡ଼ିବା ପରେ ଫାରା ଏସିଡ୍ରେ ଲଙ୍କାଗୁଣ୍ଡ ମିଶାଇ ତା ଉପରେ ଢାଳି ଦେଇଥିଲେ। ତା’ପରେ ଫାରା ଝିଅ ସହ ନିଖୋଜ ହୋଇ ଯାଇଛନ୍ତି।
ଜଣେ ପୋଲିସ ଅଧିକାରୀ କହିଛନ୍ତି, ୟାସିନ୍ଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଫାରାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଛି।
Follow Us