‘ଯିଶୁ କହିଲେ’ ବୋଲି.... ୩୭,୦୦୦ ଫୁଟ୍ ଉଚ୍ଚରେ ବିମାନ ଦରଜା ଖୋଲିବାକୁ ଚେଷ୍ଟା କଲେ ମହିଳା

‘ଯିଶୁ କହିଲେ’ ବୋଲି.... ୩୭,୦୦୦ ଫୁଟ୍ ଉଚ୍ଚରେ ବିମାନ ଦରଜା ଖୋଲିବାକୁ ଚେଷ୍ଟା କଲେ ମହିଳା

ୱାସିଂଟନ : ଆମେରିକାର ଜଣେ ମହିଳା ୩୭,୦୦୦ ଫୁଟ୍ ଉଚ୍ଚରେ ବିମାନର ଦରଜା ଖୋଲିବାକୁ ଚେଷ୍ଟା କରିବା ପରେ ପାଇଲଟ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଏହାପରେ ମହିଳା ଜଣଙ୍କୁ ଗିରଫ କରାଯାଇଛି।

୩୪ ବର୍ଷୀୟା ଏଲମ ଆଗବେଗ୍ନିନୋ ଆର୍କନ୍ସର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଜିଲ୍ଲା କୋର୍ଟରେ କହିଛନ୍ତି ଯେ ମଧ୍ୟରାତ୍ରରେ ତାଙ୍କୁ ଯିଶୁ କହିଲେ, ବିମାନର ଦରଜା ଖୋଲ। ଏଣୁ ସେ ଦରଜା ଖୋଲିବାକୁ ଚେଷ୍ଟା କରୁଥିଲେ। ଶନିବାର ହ୍ୟୁଷ୍ଟନରୁ ଟେକ୍ସାସ ଯାଉଥିବା ସାଉଥ୍‌ୱେଷ୍ଟ ଫ୍ଲାଇଟ ୧୯୨ରେ ଏହି ଘଟଣା ଘଟିଥିଲା। ମହିଳାଙ୍କ କହିବା ଅନୁସାରେ ସେ ଜରୁରିକାଳୀନ ନିର୍ଗମନ ଦ୍ବାର ଆଡ଼କୁ ଯିବାବେଳେ ବିମାନ ପରିଚାରିକାମାନେ ବାଧା ଦେଇଥିଲେ। ମହିଳା ଜଣକ ତାଙ୍କୁ ବାଧା ଦେଉଥିବା ଜଣେ ସହଯାତ୍ରୀଙ୍କ ଜଙ୍ଘକୁ କାମୁଡ଼ି ଦେଇଥିଲେ। ଆଉ ଜଣେ ଲୋକ ତାଙ୍କ ପାଟିରେ ଆଙ୍ଗୁଠି ଗଳାଇ ସହଯାତ୍ରୀଙ୍କୁ କାମୁଡ଼ାରୁ ରକ୍ଷା କରିଥିଲେ।

ଏଭଳି ଗଣ୍ଡଗୋଳ ଦେଖି ପାଇଲଟ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଏହାପରେ ମହିଳାଙ୍କୁ ଗିରଫ କରାଯିବା ସହ କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସା କରାଯାଇଥିଲା। ମହିଳା ଜଣକ କୋର୍ଟରେ କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କୁ ନ ଜଣାଇ ମ୍ୟାରିଲାଣ୍ଡରେ ରହୁଥିବା ଜଣେ ସାଙ୍ଗ ଘରକୁ ଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe