ବିଶ୍ୱ ସାମ୍ନା କରିବ ଅନେକ ଦୁର୍ଭିକ୍ଷ: ଜାତିସଂଘ

Advertisment
ବିଶ୍ୱ ସାମ୍ନା କରିବ ଅନେକ ଦୁର୍ଭିକ୍ଷ: ଜାତିସଂଘ

The Financial Express

ନୂଆଦିଲ୍ଲୀ: କରୋନା କବଳରେ ପଡିଥିବା ବିଶ୍ୱର ଅନେକ ଦେଶରେ ଅର୍ଥନୀତି ଶୋଇପଡ଼ିବ ଏବଂ ଦୁର୍ଭିକ୍ଷ ଦେଖାଦେବ ବୋଲି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମଙ୍ଗଳବାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ନିର୍ବାହୀ ନିର୍ଦେଶକ ଡେଭିଡ୍‌ ବିସ୍‌ଲେ କହିଛନ୍ତି। ସେ କହିଛନ୍ତି ଯେ କରୋନା ବିଶ୍ୱମହାମାରୀ ପରେ ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ କ୍ଷୁଧା ଆଉ ଏକ ବିଶ୍ୱମହାମାରୀ ହୋଇ ଦେଖାଦେବ। ବିସ୍‌ଲେ କହିଛନ୍ତି ଯେ ପ୍ରାୟ ୮୨ କୋଟି ଲୋକ ପ୍ରତି ରାତିରେ ଅନାହାରରେ ଶୋଇବେ। ବିଭିନ୍ନ ଜାତୀୟ ସଦସ୍ୟ, ଯୁଦ୍ଧ ଓ ଆର୍ଥନୀତିକ ସଂକଟ ଯୋଗୁ ସିରିଆ, ୟେମେନ୍‌, ଲେବାନନ, କଙ୍ଗୋ, ସୁଦାନ, ଇଥିଓପିଆ ଏବଂ ଆଫ୍ରିକୀୟ ଦେଶରେ ଦୁର୍ଭିକ୍ଷ ଓ ଅନାହାର ବ୍ୟାପିଯିବାର ଆଶଙ୍କା ଦେଖାଦେଇଛି। ସେ କହିଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିଦିନ ୧୦ କୋଟି ଲୋକଙ୍କୁ ଖାଇବାକୁ ଦେଉଛି। ତହିଁରୁ ୩ କୋଟି ଲୋକଙ୍କ ପୁରାପୂରି ''ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ''ର ଅନ୍ନଛତ୍ର ଉପରେ ନିର୍ଭରଶୀଳ। ଆମର ଅନୁଶୀଳନରୁ ଜରାପଡ଼ିଛି ଯେ ପ୍ରତିଦିନ ୩ ଲକ୍ଷ ଲୋକ ପ୍ରତିଦିନ ଦିମୁଠା ଖାଇବାକୁ ନପାଇ ମରିଯିବେ। ପ୍ରାୟ ତିନି ଡଜନ ରାଷ୍ଟ୍ରରେ ଏଭଳି ଦୁର୍ଦିନ ଆସିବ। ସେଥିରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୧୦ଟି ରାଷ୍ଟ୍ର ଏବେ କ୍ଷୁଧାର ଶିକାର ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe