ଗୋଟିଏ ଦିନରେ ୨ ଲକ୍ଷ କୋଟି ଆୟ କଲେ ଏଲନ ମସ୍କ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଭାରତ ସମେତ ବିଶ୍ବର ବିଭିନ୍ନ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ସେପଟେ ବିଶ୍ବର ସବୁଠାରୁ ଧନୀବ୍ୟକ୍ତି ଏଲନ ମସ୍କ ମାଲାମାଲ ହୋଇଯାଇଛନ୍ତି । ୨୪ ଘଣ୍ଟାରେ ସେ ପ୍ରାୟ ୨୬୦୦ କୋଟି ଡଲାର ବା ୨ ଲକ୍ଷ କୋଟି ଟଙ୍କା ଆୟ କରିଦେଇଛନ୍ତି । 

elon

ଓ୍ବସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଭାରତ ସମେତ ବିଶ୍ବର ବିଭିନ୍ନ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ସେପଟେ ବିଶ୍ବର ସବୁଠାରୁ ଧନୀବ୍ୟକ୍ତି ଏଲନ ମସ୍କ ମାଲାମାଲ ହୋଇଯାଇଛନ୍ତି । କାରଣ ୨୪ ଘଣ୍ଟାରେ ତାଙ୍କ କମ୍ପାନିର ସେୟାର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ୨୪ ଘଣ୍ଟାରେ ସେ ପ୍ରାୟ ୨୬୦୦ କୋଟି ଡଲାର ବା ୨ ଲକ୍ଷ କୋଟି ଟଙ୍କା ଆୟ କରିଦେଇଛନ୍ତି । 

ଏହାର କାରଣ ହେଉଛି ନିର୍ବାଚନ ପ୍ରଚାର ବେଳେ ମସ୍କ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ । ଏପରିକି ନିର୍ବାଚନ ପ୍ରଚାର ପାଇଁ ୧୩୦ ନିୟୁତ ଡଲାର ଦାନ କରିଥିଲେ । ଏବେ ଟ୍ରମ୍ପ ଜିତିବା ପରେ ଆମେରିକୀୟ ରାଜନୀତିରେ ମସ୍କଙ୍କ ପ୍ରଭାବ ବଢିବାର ସମ୍ଭାବନା ରହିଛି ।  
ଟ୍ରମ୍ପଙ୍କ ପ୍ରଶାସନରେ ଟେସ୍ଲା ଏବଂ ସ୍ପେସ୍ ଏକ୍ସର ମୁଖ୍ୟ ମସ୍କଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିପାରେ ବୋଲି ଆଶା କରାଯାଉଛି। ନିକଟରେ ଟ୍ରମ୍ପ ମସ୍କଙ୍କୁ ପ୍ରଶଂସା କରି କହିଥିଲେ ଯେ ତାଙ୍କ ନେତୃତ୍ୱରେ ଏଲନ୍ ମସ୍କଙ୍କ ଦକ୍ଷତାର ସମ୍ପୂର୍ଣ୍ଣ ଉପଯୋଗ କରାଯିବ। ଟ୍ରମ୍ପ କହିଛନ୍ତି, ସେ ଜଣେ ଚମତ୍କାର ବ୍ୟକ୍ତି। ସେ ଜଣେ ସୁପର୍ ଜିନିୟସ୍ । ଆମକୁ ଆମର ପ୍ରତିଭାକୁ ରକ୍ଷା କରିବାକୁ ହେବ । ଆମ ପାଖରେ ଅଧିକ ଲୋକ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe