୧୦୦ ଟଙ୍କା ଲାଞ୍ଚ ଦେଲେନି ଯୁବକ, ଠେଲା ଦୋକାନକୁ ଫିଙ୍ଗିଦେଲା ପ୍ରଶାସନ

Advertisment
୧୦୦ ଟଙ୍କା ଲାଞ୍ଚ ଦେଲେନି ଯୁବକ, ଠେଲା ଦୋକାନକୁ ଫିଙ୍ଗିଦେଲା ପ୍ରଶାସନ

ଇନ୍ଦୋର: କରୋନା ମହାମାରୀ ଯୋଗୁଁ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି କରୋନା ଯୋଗୁଁ ସାଧାରଣ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ କ୍ଷୁଦ୍ର ବ୍ୟବସାୟୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶର ଇନ୍ଦୋର ପୌର ପ୍ରଶାସନ ପକ୍ଷରୁ ଠେଲାଗାଡ଼ିରେ ଅଣ୍ଡା ବିକ୍ରି କରୁଥିବା ଜଣେ କ୍ଷୁଦ୍ର ବ୍ୟବସାୟୀ ୧୦୦ ଟଙ୍କା ଲାଞ୍ଚ ଦେବାକୁ ମନା କରିଦେବାରୁ ତା ଠେଲା ଦୋକାନକୁ ଉଠାଇ ଫିଙ୍ଗି ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇନ୍ଦୋରର ଜଣେ ଯୁବକ ସହରର ରାସ୍ତା କଡ଼ରେ ଠେଲା ଗାଡ଼ିରେ ଅଣ୍ଡା, ପନିପରିବା ସମେତ କ୍ଷୀର ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟ ବିକ୍ରି କରୁଥିଲେ।

publive-image

ଏଥିପାଇଁ ଇନ୍ଦୋର ପୌର ପ୍ରଶାସନର ଜଣେ ଅସାଧୁ ଅଧିକାରୀ ଉକ୍ତ ଯୁବକଙ୍କୁ ୧୦୦ ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ସମ୍ପୃକ୍ତ ଯୁବକ ଲାଞ୍ଚ ଦେବାକୁ ମନା କରିଦେବାରୁ ଉକ୍ତ ଅଧିକାରୀଙ୍କ ଇଙ୍ଗିତରେ ଯୁବକଙ୍କ ଠେଲାଗାଡ଼ି ଦୋକାନୁ ଉଠାଇ ଫିଙ୍ଗି ଦିଆଯାଇଥିଲା। ଫଳରେ ଠେଲା ଗାଡ଼ିରେ ଥିବା ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ଯୁବକଙ୍କ ‌ଠେଲା ଦୋକାନକୁ ଉଠାଇ ଫିଙ୍ଗି ଦିଆଯାଉଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଇନ୍ଦୋର ପୌର ପ୍ରଶାସନକୁ ବିଭିନ୍ନ ମହଲରେ ଭର୍ତ୍ସନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe