ଯୌନ ଉତ୍ପୀଡ଼ନର ବିରୋଧ କରିବାରୁ ଚଳନ୍ତା ଟ୍ରେନ୍‌ରୁ ମହିଳାଙ୍କୁ ‌ଠେଲିଦେ‌ଲା ଯୁବକ

Advertisment
ସଡ଼କ ଦୁର୍ଘଟଣାରେ ମହିଳା ମୃତ

Image Courtesy of Tribune India

ଚଣ୍ଡିଗଡ଼ : ହରିୟାଣାର ଫତେହବାଦ ଜିଲ୍ଲାରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି। ମହିଳା ଜଣଙ୍କ ଗୁରୁବାର ରାତିରେ ତାଙ୍କ ୯ ବର୍ଷର ପୁଅ ସହ ରୋହତକରୁ ତୋହାନାକୁ ଯାତ୍ରା କରୁଥିବାବେଳେ ଟ୍ରେନ୍‌ରେ ଜଣେ ବ୍ୟକ୍ତିଙ୍କ ଦ୍ବାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ସେ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଟ୍ରେନ୍‌ରୁ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଥିଲା। ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଫତେହବାଦର ତୋହାନା ସହରରେ ଟ୍ରେନ୍‌ ଅଟକିବାପରେ ସବୁ କଥା ଜଣାପଡ଼ିଥିଲା।

ମହିଳାଙ୍କ ସ୍ବାମୀ ତାଙ୍କୁ ଷ୍ଟେସନ୍‌ରୁ ଆଣିବାପାଇଁ ଯିବାବେଳେ ପୁଅକୁ ଏକା ଦେଖିଥିଲେ। ପୁଅକୁ ପଚାରିବାରୁ ସେ କାନ୍ଦିକାନ୍ଦି ସବୁ କଥା କହିଥିଲା। ଏହାପରେ ରେଳବାଇ ପୁଲିସ ପକ୍ଷରୁ ମହିଳାଙ୍କୁ ଖୋଜା ଚାଲିଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଛି। ଅଭିଯୁକ୍ତକୁ ମଧ୍ୟ ପୁଲିସ ଧରିଛି। ୨୭ ବର୍ଷୀୟ ଅଭିଯୁକ୍ତ ସନ୍ଦୀପ ଟ୍ରେନ୍‌ରୁ ଡେଇଁ ପଡ଼ିଥିବାରୁ ଆହତ ହୋଇଛି। ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe