ଏମ୍ସ ଇତିହାସରେ ସର୍ବକନିଷ୍ଠ ଡୋନର୍‌: ୫ ବର୍ଷର ଶିଶୁର ଅଙ୍ଗଦାନ ୨ ଜଣଙ୍କ ଜୀବନ ବଞ୍ଚାଇଲା

Advertisment
ଏମ୍ସ ଇତିହାସରେ ସର୍ବକନିଷ୍ଠ ଡୋନର୍‌: ୫ ବର୍ଷର ଶିଶୁର ଅଙ୍ଗଦାନ ୨ ଜଣଙ୍କ ଜୀବନ ବଞ୍ଚାଇଲା

ନୂଆଦିଲ୍ଲୀ: ଏମ୍ସ ଇତିହାସରେ ସର୍ବକନିଷ୍ଠ ଡୋନର୍‌ ହେଉଛନ୍ତି ନଏଡ଼ାର ଜ‌ଣେ ୫ ବର୍ଷର ଶିଶୁ। ନଏଡ଼ା ସେକ୍ଟର୍‌ ୧୨୧ର ରୋଲି ନାମକ ଜଣେ ଶିଶୁ ଏକାବେଳେ ୨ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ରୋଲି ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା । ତାଙ୍କ ମୁଣ୍ଡର ୨ଟି ହାଡ଼ ଭାଙ୍ଗିବା ସ୍ଥିତିରେ ଥିଲା। ଆଘାତ ପରେ ରୋଲି କୋମାକୁ ଚାଲି ଯାଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା। ଡାକ୍ତରମାନେ ଶିଶୁଟିକୁ ବଞ୍ଚାଇବାପାଇଁ ୨ ଦିନ ପର୍ଯ୍ୟନ୍ତ ସବୁ ଚେଷ୍ଟା କରିଥିଲେ। କିନ୍ତୁ ଶୁକ୍ରବାର ଦିନ ତାଙ୍କୁ ବ୍ରେନ୍‌ଡେଡ୍‌ ଘୋଷଣା କରାଯାଇଥିଲା। ବରିଷ୍ଠ ନ୍ୟୁରୋସର୍ଜନ୍‌ ଡାକ୍ତର ଦୀପକ ଗୁପ୍ତା ରୋଲିଙ୍କ ବାପା ମା’ଙ୍କୁ ଅଙ୍ଗଦାନ କଥା କହିଥିଲେ। ସେମା‌ନେ ଝିଅର ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ରୋଲିଙ୍କ ବାପା ହରିନାରାୟଣ କହିଛନ୍ତି, ଅନ୍ୟ କୌଣସି ପରିବାର ପିଲା ହରାଇଦେବାର ଯନ୍ତ୍ରଣା ନ ପାଆନ୍ତୁ। ସେଥିପ‌ାଇଁ ସେ ତାଙ୍କ ଝିଅର ଅଙ୍ଗଦାନ ପାଇଁ ରାଜି ହୋଇଥିବା କହିଛନ୍ତି। ରୋଲିଙ୍କ ଅଙ୍ଗଦାନ ପାଇଁ ଯକୃତ ରୋଗରେ ଶିକାର ହୋଇଥିବା ୨ ଶିଶୁ ନୂଆ ଜୀବନ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe