New Indian Express
ନୂଆଦିଲ୍ଲୀ: ଡାକ୍ତର , ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଦେଶରେ ପ୍ରାୟ ୧୫ ହଜାର ୨୦୦ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଦେଶରେ ୫ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଡ୍ୟୁଟିରେ ଥାଇ କରୋନା ସଂକ୍ରମିତ ହୋଇଛନ୍ତି। ଜୁଲାଇ ୧୭ ସୁଦ୍ଧା ଡାକ୍ତର , ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ୍ ୫,୧୭୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
ଏନ୍ସିଆର ଦ୍ବାରା ଜାରି ତଥ୍ୟ ଅନୁଯାୟୀ ଦେଶରେ ୧,୩୦୨ ଡାକ୍ତର କରୋନା ସଂକ୍ରମିତ ହୋଇଥିବାବେଳେ ୯୩ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ତେବେ ନିକଟରେ ଜଣେ ଡାକ୍ତର ଦେଇଥିବା ତଥ୍ୟ ଅନୁଯାୟୀ ଦେଶରେ ଜୁଲାଇ ୯ ସୁଦ୍ଧା ୧୦୮ ଡାକ୍ତରଙ୍କ ମୃତ୍ୟୁ ହୋଇଛି। କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ପୁଲିସ ମଧ୍ୟ ଅଛନ୍ତି। ତେବେ ମହାରାଷ୍ଟ୍ର ପୁଲିସ କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି।
Follow Us