ବିଶ୍ବରେ ୧୭.୨କୋଟି ସଂକ୍ରମିତ, ୩୭.୦୮ଲକ୍ଷ ମୃତ

Advertisment
ବିଶ୍ବରେ ୧୭.୨କୋଟି ସଂକ୍ରମିତ, ୩୭.୦୮ଲକ୍ଷ ମୃତ

India Today

ଵାସିଂଟନ: ଶନିବାର ସକାଳ ସୁଦ୍ଧା ବିଶ୍ବର ମୋଟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୨୪,୪୯,୫୧୪ ହୋଇଥିବା ବେଳେ ଏହି ମହାମାରୀରେ ବିଶ୍ବବ୍ୟାପୀ ମୋଟ ୩୭,୦୮,୨୪୮ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି। ସେଥି ମଧ୍ୟରୁ ଆମେରିକାରେ ହିଁ ସର୍ବାଧିକ ୩,୩୩,୪୨,୯୪୭ ଜଣ ସଂକ୍ରମିତ ଥିବା ବେଳେ କୋଭିଡ୍‌ ମୃତକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ୫,୯୬,୯୯୯ ରହିଥିବା ଜନ୍‌ସ ହପ୍‌କିନ୍‌ସ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍‌ ସିଷ୍ଟମ୍‌ସ ସାଇନ୍ସ ଆଣ୍ଡ୍‌ ଇଞ୍ଜିନିଅରିଂ(ସିଏସ୍‌ଏସ୍‌ଇ) ଦ୍ବାରା କରାଯାଇଥିବା ଆକଳନରୁ ସ୍ପଷ୍ଟ ହୋଇଛି। ସଂକ୍ରମଣ ତୁଳନାରେ ଭାରତ ମୋଟ ୨,୮୫,୭୪,୩୫୦ ମାମଲା ସହ ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ରହିଛି।

ସେହିପରି ୩୦ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ବହନ କରିଥିବା ଅନ୍ୟ ଦେଶମାନଙ୍କ ମଧ୍ୟରେ ବ୍ରାଜିଲ୍‌ (୧,୬୮,୪୧,୪୦୮), ଫ୍ରାନ୍ସ (୫୭,୬୨,୬୩୭), ତୁର୍କୀ (୫୨,୭୬,୪୬୮), ରୁଷିଆ (୫୦,୪୯,୨୧୦), ୟୁକେ (୪୫,୨୧,୯୧୯), ଇଟାଲି (୪୨,୨୭,୭୧୯), ଆର୍ଜେଣ୍ଟିନା (୩୯,୧୫,୩୯୭), ଜର୍ମାନୀ (୩୭,୦୪,୬୮୫), ସ୍ପେନ୍‌ (୩୬,୯୭,୯୮୧) ଓ କଲମ୍ବିଆ (୩୫,୧୮,୦୪୬) ରହିଛନ୍ତି। ଅପରପକ୍ଷେ, ମୃତକଙ୍କୁ ହିସାବକୁ ନେଲେ ଆମେରିକା ପଛକୁ ବ୍ରାଜିଲ୍‌ ୪,୭୦,୮୪୨ ସଂଖ୍ୟା ସହ ଦ୍ବିତୀୟରେ ରହିଛି। ସେହିପରି ଲକ୍ଷେରୁ ଅଧିକ କୋଭିଡ୍‌ ମୃତ୍ୟୁକୁ ସାମନା କରିଥିବା ଅନ୍ୟ ଦେଶମାନଙ୍କ ଭିତରେ ଭାରତ (୩,୪୦,୭୦୨), ମେକ୍ସିକୋ (୨,୨୮,୩୬୨), ୟୁକେ (୧,୨୮,୦୮୬), ଇଟାଲି (୧,୨୬,୪୧୫), ରୁଷିଆ (୯୧,୨୦,୯୪୭) ଓ ଫ୍ରାନ୍ସ (୧,୧୦,୦୭୮) ରହିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe