ଦେଶରେ ୨୪ ଘଣ୍ଟାରେ ୫୬୧୧ ଆକ୍ରାନ୍ତ, ମହାରାଷ୍ଟ୍ରରେ ଦିନକରେ ୭୬ ମୃତ

Advertisment
ଦିନକରେ ଲକ୍ଷେ ୬୦ ହଜାର, ବ୍ରାଜିଲ୍‌, ରୁଷ୍‌ ଓ ଭାରତ ସଂକ୍ରମଣର ନୂଆ ହଟ୍‌ସ୍ପଟ୍‌

Image Source: Zee News

ନୂଆଦିଲ୍ଲୀ: ଭାରତରେ ଏବେ ଲକ୍‌ଡାଉନ୍‌ ୪ ଜାରି ରହିଥିବା ଏବଂ କରୋନାଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଥିବା ସତ୍ତ୍ବେ ସଂକ୍ରମଣ ମାମଲା ପୂର୍ବ ରେକର୍ଡକୁ ଭାଙ୍ଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୬୧୧ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ମହାରାଷ୍ଟ୍ରରେ ୨ ହଜାରରୁ ଅଧିକ ମାମଲା ଚିହ୍ନଟ ସହ ୭୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭ ହଜାରରେ ପହଞ୍ଚିଲାଣଲନାଡ଼ୁ, ଦିଲ୍ଲୀ ଏବଂ ଗୁଜରାଟରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ତେବେ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ସାଂଘାତିକ ରୂପ ନେଉଥିବାରୁ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୁଦ୍ଧସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ପରେ ତାମିଲନାଡ଼ୁରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଛି। ଚେନ୍ନାଇର କୋୟାମ୍ବେଡ଼ୁ ବଜାର ଅଂଚଳ ରାଜ୍ୟର ଏବେ ବଡ଼ ହଟ୍‌ସ୍ପଟ ପାଲଟିଛି ଏବଂ ଏହି ଅଂଚଳରୁ ୨ ହଜାର ଆକ୍ରାନ୍ତଙ୍କୁ ଠାବ କରାଯାଇଛି।

ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରେ ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ଗୁଜରାଟ। ବିଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାୟ ୪ ଶହ ନୂଆ ମାମଲା ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୨,୧୫୦ ରହିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୭.୯ ଜଣ କରୋନା ପ୍ରଭାବିତ ଅଛନ୍ତି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ପ୍ରତିଶତ ସୁସ୍ଥ ହୋଇଛି। ବିଶ୍ବରେ ପ୍ରତି ୧ ଲକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬୨ ରହିଛି। ଭାରତର ଆଗୁଆ ପ୍ରୟାସ ଯୋଗୁଁ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe