ଦେଶରେ ୪୫ ହଜା‌ରରୁ ଅଧିକ ବ୍ଲାକ ଫଙ୍ଗସ୍‌ ମାମଲା

Advertisment
କୋଭିଡ ନ ଥାଇ ବ୍ଲାକ୍ ଫଙ୍ଗସ୍‌ରେ ୪୯ ଆକ୍ରାନ୍ତ: ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଆକ୍ରାନ୍ତ

BBC

ନୂଆଦିଲ୍ଲୀ: ଦେଶରେ ୪୫ ହଜାରରୁ ଅଧିକ ବ୍ଲାକ୍‌ ଫଙ୍ଗସ୍‌ ମାମଲା ଚିହ୍ନଟ ହୋଇଛି। ଜୁଲାଇ ୧୫ ସୁଦ୍ଧା ଦେଶରେ ମୋଟ୍‌ ୪୫,୪୩୨ ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ମାମଲା ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି। ମୋଟ୍‌ ୪୫,୪୩୨ ମାମଲାରୁ ୨୧,୦୮୫ ଜଣ ଏବେ ଚିକିତ୍ସିତ ହେଉଛନ୍ତି ଏବଂ ୪,୨୫୨ ଜଣ ବ୍ଲାକ୍‌ ଫଙ୍ଗସ୍‌ରେ ପ୍ରାଣ ହରାଇଛନ୍ତି। ତେବେ ବ୍ଲାକ ଫଙ୍ଗସ୍‌ ରୋଗୀଙ୍କ ମଧ୍ୟରୁ ୮୪.୪ ପ୍ରତିଶତ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି।

ମଣ୍ଡଭିୟା କହିଛନ୍ତି, ଯେଉଁମ‌ାନଙ୍କର ରୋଗ୍‌ ପ୍ରତିରୋଧକ ଶକ୍ତି ଖୁବ୍‌ କମ୍‌ ସେମାନେ ବ୍ଲାକ ଫଙ୍ଗସ୍‌ର ଶିକାର ହୋଇଛନ୍ତି। କର୍କଟ ରୋଗରେ ପୀଡ଼ିତ, ମଧୁମେହ ରୋଗୀ ଏବଂ କରୋନା ଚିକିତ୍ସା ପାଇଁ ଦୀର୍ଘଦିନ ଧରି ‌ଷ୍ଟେରଏଡ୍‌ ଏବଂ ଅନ୍ୟାନ୍ୟ ଔଷଧ ଖାଇଥିବା ରୋଗୀମାନେ ବ୍ଲାକ୍‌ ଫଙ୍ଗସ୍‌ରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ବ୍ଲାକ ଫଙ୍ଗସ୍‌ର ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ ଭାରତୀୟ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ସେ କହିଛନ୍ତି। ରାଜସ୍ଥାନରେ ବ୍ଲାକ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିଛି। ବିଶେ‌ଷ କରି ଶିଶୁଙ୍କ ମଧ୍ୟରେ ବ୍ଲାକ ଫଙ୍ଗସ୍‌ ମାମଲା ବଢ଼ିଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦିଲ୍ଲୀରେ ଜୁଲାଇ ୬ ସୁଦ୍ଧା ୮୫୨ ମ୍ୟୁକରମାଇକୋସିସ୍‌ ମାମଲା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe