WUHAN, CHINA - FEBRUARY 12, 2020 - Doctors at the fangcang hospital disinfect, Wuhan, Hubei Province, China, February 12, 2020.- PHOTOGRAPH BY Costfoto / Barcroft Media (Photo credit should read Costfoto/Barcroft Media via Getty Images)
ବେଜିଂ: ଚୀନ୍ର ଉହାନ୍, ଯେଉଁଠାରୁ କରୋନା ଭାଇରସ୍ର ଉତ୍ପତ୍ତି ହୋଇଛି ସେଠାରେ ଏବେ କୌଣସି ହସ୍ପିଟାଲ୍ରେ ଜଣେ ହେଲେ କୋଭିଡ୍-୧୯ ରୋଗୀ ନାହାନ୍ତି। ସମସ୍ତ ରୋଗୀଙ୍କୁ ହସ୍ପିଟାଲ୍ରୁ ଡିସଚାର୍ଜ କରାଯାଇଛି। ପ୍ରଥମ ଥର ପାଇଁ ଦୀର୍ଘ ୪ ମାସ ପରେ ଉହାନ୍ ହସ୍ପିଟାଲ୍ରେ ଜଣେ ହେଲେ କରୋନା ରୋଗୀ ନାହାନ୍ତି। ୭୬ ଦିନର ଲକ୍ଡାଉନ୍ ପରେ ଏପ୍ରିଲ ୮ ତାରିଖରେ ଉହାନ୍ ସହର ପୁଣିଥରେ ଖୋଲିଥିଲା । ଉହାନ୍ର ମେଡିକାଲ କର୍ମୀଙ୍କ କଠୋର ପରିଶ୍ରମ ବଳରେ ଏହା ସମ୍ଭବ ହୋଇପାରିଛି ବୋଲି ଚୀନ୍ର ଜାତୀୟ ସ୍ବାସ୍ଥ୍ୟ କମିସନ୍ ମୁଖପାତ୍ର ମି ଫେଙ୍ଗ୍ କହିଛନ୍ତି। ଉହାନ୍ରେ ଥିବା ଶେଷ ରୋଗୀ ଗତ ଶୁକ୍ରବାର ଦିନ ସୁସ୍ଥ ହୋଇଛନ୍ତି। ତେବେ ଶନିବାର ଦିନ ଉହାନ୍ରେ କୌଣସି ନୂଆ ମାମଲା ନାହିଁ କି କାହାର ମୃତ୍ୟୁ ମଧ୍ୟ ହୋଇନାହିଁ।
Follow Us